ଆଖିବୁଜିଲେ ଏହି ପ୍ରସିଦ୍ଧ ଫିଲ୍ମ ନିର୍ମାତା

ଲୋକପ୍ରିୟ ଆନିମେଟେଡ୍‌ ସିରିଜ୍‌ ‘ସ୍କୁବି ଡୁ’ର ସହ ନିର୍ମାତା କେନ ସ୍ପିୟର୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଏ ନେଇ ତାଙ୍କ ପୁଅ କେଭିନ ସୂଚନା ଦେଇଛନ୍ତି। ଡିମେନି୍ସଆ ରୋଗରେ ଆକ୍ରାନ୍ତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
କେନ ତାଙ୍କର ଜ୍ଞାନ, କାହାଣୀ ଏବଂ ପରିବାର ପ୍ରତି ରହିଥିବା ତାଙ୍କର ବିଶ୍ୱସ୍ତତା ପାଇଁ ସେ ବେଶ୍‌ ପରିଚିତ ଥିଲା।
ସ୍ପିୟର୍ସ ୧୨ ମାର୍ଚ୍ଚ,୧୯୩୮ରେ କାଲିଫର୍ଣ୍ଣିଆରେ ଜନ୍ମଗ୍ରହଣ କରିଥିଲେ। ୧୯୬୯ରେ ସେ ଜୋ ରୁବିଙ୍କ ସହ ମିଶି ଆନିମେଟେଡ୍‌ ସିରିଜ୍‌ ସ୍କୁବି ଡୁ ତିଆରି କରିଥିଲେ। ଏଥିସହ ସେ ଡାଇନୋମୁଟ୍‌, ଜବରଜାଁ, ଫଙ୍ଗଫେସ, ମିଷ୍ଟର ଟି ,ବଂ ସେକ୍ଟର ଭଳି ସିରିଜ୍‌ ତିଆରି କରିଥିଲେ।

Share