ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ ଏଯାଏ ସେ ପ୍ରଶଂସକଙ୍କୁ ସେନେଇ ଜଣାଇ ନାହାନ୍ତି। ୨୦୨୨ରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। ଏବେ ଝିଅକୁ ପାଇ ପୁରା ପରିବାର ଖୁସିରେ ଅଛି। ୨୦୨୧ରେ ପରିବାରଲୋକଙ୍କ ଉପସ୍ଥିତିରେ ଦୀର୍ଘଦିନର ପ୍ରେମିକା ସାଶା ରାମଚନ୍ଦାନୀଙ୍କୁ ସେ ବିବାହ କରିଥିଲେ।

କିଛିଦିନ ତଳେ ହରମନ ଓ୍ବେବ୍‌ସିରିଜ ସ୍କୁପ୍‌ରେ ନିଜର ଅଭିନୟ ପାଇଁ ଚର୍ଚ୍ଚାରେ ରହିଥିଲେ। ଏହାକୁ ବେଶ ପସନ୍ଦ କରାଯାଇଥିଲା। ଏବେ ସେ ନିଜର ପ୍ରଶଂସକଙ୍କୁ ଆଉ ଏକ ଭେଟି ଦେବାକୁ ଯାଉଛନ୍ତି। ଆଗାମୀ ଦିନରେ ସେ ‘ରାମାୟଣ’ରେ ବିଭୀଷଣ ଭୂମିକାରେ ନଜର ଆସିବେ।

Share