ଅମୃତସର,୨୧ ।୧: ନିକଟରେ ସ୍କୁଟ ଏୟାରଲାଇନ୍ସର ଏକ ବିମାନ ୩୫ ଜଣ ଯାତ୍ରୀଙ୍କୁ ଛାଡି ଅମୃତସରରୁ ସିଙ୍ଗାପୁର ଅଭିମୁଖେ ଉଡିଯାଇଥିଲା । ଏହି ମାମଲାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)ଏୟାରଲାଇନ୍ସକୁ ରିପୋର୍ଟ ମାଗିଥିଲା । ଏୟାରଲାଇନ୍ସ ଏବେ ଏହି ଯାତ୍ରୀଙ୍କ ପାଇଁ ମାଗଣାରେ ଦ୍ୱିତୀୟ ଫ୍ଲାଇଟ ବୁକ କରିବା ସହ ରିଫଣ୍ଡ ଅପଶନ ବି ଦେଇଛି । ଡିଜିସିଏ ବି ଏୟାର ଲାଇନ୍ସର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛି ।
ସୂଚନାଯୋଗ୍ୟ, ଶ୍ରୀ ଗୁରୁ ରାମଦାସ ଜି ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ସ୍କୁଟ ଏୟାର ଲାଇନ୍ସର ଏକ ବିମାନ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଡିଯାଇଥିଲା । ଫଳରେ ପ୍ରାୟ ୩୫ ଜଣ ଯାତ୍ରୀ ଯାତ୍ରା କରିପାରି ନ ଥିଲେ । କୁହୁଡି ଯୋଗୁ ଫ୍ଲାଇଟଟି ସମୟ ପୂର୍ବରୁ ଉଡିଯିବା ସହ ଟ୍ରାଭେଲ ଏଜେଣ୍ଟ ଏହି ସୂଚନା ଯାତ୍ରୀଙ୍କୁ ଦେଇ ନ ଥିଲେ । ଏହି ଘଟଣା ୧୮ ଜାନୁୟାରୀ ୨୦୨୩ର ।