Categories: ବାଣିଜ୍ୟ

ବନ୍ଦ ହେବ ସ୍କୁଟର ଇଣ୍ଡିଆ, ଭାରତ ପମ୍ପସ୍‌

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ କମ୍ପାନୀ ସ୍କୁଟର ଇଣ୍ଡିଆ ଏବଂ ଭାରତ ପମ୍ପସ୍‌ ଆଣ୍ଡ କମ୍ପ୍ରେସର ବନ୍ଦ ହୋଇଯିବ। ଏହି କମ୍ପାନୀଗୁଡିକୁ ପରିଚାଳନା ଲାଗି ଯୋଗ୍ୟ ସଂସ୍ଥା ନ ପାଇବାରୁ ସରକାର ବାଧ୍ୟ ହୋଇ ଏଥିରେ ତାଲା ପକାଇବେ। ଏହି ୨ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ଉତ୍ତର ପ୍ରଦେଶରେ ରହିଛି। ଉକ୍ତ କମ୍ପାନୀଗୁଡିକୁ ବିକିବା ନେଇ ପୂର୍ବରୁ ବହୁ ପ୍ରୟାସ କରାଯାଇଥିଲା। ମାତ୍ର ଏହା ଫଳପ୍ରଦ ହୋଇପାରିନାହିଁ। ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ସ୍କୁଟର ଇଣ୍ଡିଆ ବନ୍ଦ ହେବା ପ୍ରସଙ୍ଗ ସ୍ଥାନିତ ହୋଇଥିଲା। କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକୁ କ୍ରୟ କରିବା ଲାଗି ଯଦି କୌଣସି ଯୋଗ୍ୟ ବିଡର ନ ମିଳନ୍ତି ତେବେ କମ୍ପାନୀଗୁଡିକୁ ବନ୍ଦ କରିବା ଉପରେ ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ) ପକ୍ଷରୁ ମତାମତ ଲୋଡ଼ାଯାଇଥିଲା। କମ୍ପାନୀଗୁଡିକୁ ବନ୍ଦ କରିବା ନେଇ ପରାମର୍ଶ ଦିଆଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କ୍ରେତା ନ ମିଳିବାକୁ କମ୍ପାନୀଗୁଡିକ ବିକ୍ରି ହୋଇପାରୁନାହିଁ। ସୂଚନାଯୋଗ୍ୟ, ସ୍କୁଟର ଇଣ୍ଡିଆ ୧୯୭୨ରେ ସ୍ଥାପନ ହୋଇଥିଲା। ୩ ଚକିଆ ଯାନ ଲାଗି ବୋର୍ଡ ସ୍ପେକ୍ଟ୍ରମ ଡିଜାଇନ, ଉନ୍ନତୀକରଣ, ମାନୁଫାକଚରିଂ ଏବଂ ମାର୍କେଟିଂ କ୍ଷେତ୍ରରେ ଏହା କାମ କରୁଥିଲା। ୧୯୭୫ରେ ଭିଜାଇ ସୁପର ନାମରେ ଏକ ସ୍କୁଟର ମାନୁଫାକଚରିଂ ଆରମ୍ଭ କରିଥିଲା। ଏହାବାଦ ବିଦେଶୀ ବଜାରକୁ ଲାମ୍ବ୍ରେଟା ନାମରେ ଏହା ଯାନ ରପ୍ତାନି କରିଥିଲା। ପରେ ବିକ୍ରମ ଏବଂ ଲାମ୍ବ୍ରୋ ନାମରେ ୩ ଚକିଆ ଯାନ ଏହା ବଜାରକୁ ଛାଡ଼ିଥିଲା।

Share