ରାଜଧାନୀରୁ ଚୋରି ହୋଇଥିବା ସ୍କୁଟି ଚାନ୍ଦବାଲିରୁ ମିଳିଲା

ଚାନ୍ଦବାଲି,୨୧।୭(କିଶାନ ପାତ୍ର): ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରୁ ମାସେ ତଳେ ଚୋରି ହୋଇଥିବା ଏକ ସ୍କୁଟିକୁ ଚାନ୍ଦବାଲି ପୋଲିସ ଜବତ କରିଛି। ଏନେଇ ପୋଲିସ ଏକ ମାମଲା (ନଂ.୨୧୯/୨୩) ରୁଜୁ କରି ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ା ଜିଲା ତାଳଚୁଆ ମେରାଇନ ଥାନା ଅଧୀନ ବାଘୁଆ ଗ୍ରାମର ଅରବିନ୍ଦ ସେଠୀ(୨୪) ଓ ଚାନ୍ଦବାଲି ଥାନା ତେନ୍ତୁଲିଡିହ ଗ୍ରାମର ରତିକାନ୍ତ ଧଳ(୩୩)। ଗୁରୁବାର ପୋଲିସ ଗାଡ଼ି ମୋଟର ଯାଞ୍ଚ କରୁଥିବା ବେଳେ ହୋଣ୍ଡା ଆକ୍ଟିଭା ସ୍କୁଟି (ନଂ. ଓଡି ୩୩ ଏ ୦୪୦୬) ଜବତ କରିଥିଲା। ଉକ୍ତ ସ୍କୁଟି ଏକ ମାସ ତଳେ ଚୋରି ହୋଇଥିଲା ବୋଲି ଚାନ୍ଦବାଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ କହିଛନ୍ତି।

Share