ସ୍କୁଟି ଦୁର୍ଘଟଣା: ମିଳିଲା ୩ ମୃତକଙ୍କ ପରିଚୟ

ରାଇକିଆ,୮ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ବୁଡ଼ାମାହା ବ୍ରିଜ୍‌ରେ ସ୍କୁଟି ଦୁର୍ଘଟଣାରେ ୩ ଯୁବକଙ୍କ ମୁତ୍ୟୁ ଘଟିଛି। ରବିବାର ବିଳମ୍ବିତ ରାତିରେ ପାବୁରିଆରୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ମାନେ ହେଲେ ରାଇକିଆରେ ବ୍ୟବସାୟ କରୁଥିବା ଗଞ୍ଜାମ ବିରିକୋଟ ଗ୍ରାମର ବସନ୍ତ ପଣ୍ଡା (୩୦),ବେରେଡ଼ାକିଆ ଗ୍ରାମର କୁଶଳ ଦିଗାଲ (୨୫), କାଜୁରୀନାଜୁ ଗ୍ରାମର ବ୍ରହ୍ମାନନ୍ଦ ଭୋଇ (୨୫)। ରାଇକିଆ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share