ରାସ୍ତାରେ ଜଳିଗଲା ସ୍କୁଟି

କୁଚିଣ୍ଡା,୨୦ା୭(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା-ବାମରା ୨୪ନମ୍ବର ରାଜ୍ୟ ରାଜପଥ ପାରୁଆଭାଡି ନିକଟ ବଡପୋଲଠାରେ ଗୁରୁବାର ଶର୍ଟସର୍କିଟ ଯୋଗୁ ଏକ ୫-ଜି ଆକ୍ଟିଭା ସ୍କୁଟି (ନଂ-ଓଡି୧୫ଏଲ-୪୬୨୨) ସମ୍ପୂର୍ଣ୍ଣ ଜଳିଯାଇଛି। ହେଲେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ବଲପୁର ନିକଟ ସିଂପାଲି ଗ୍ରାମର ପରେଶ ଚନ୍ଦ୍ର ଭୋଇ କୌଣସି କାମରେ ଝାରସୁଗୁଡା ଦେଇ କୁଚିଣ୍ଡାକୁ ଆସୁଥିଲେ। ବାଟବଣା ହୋଇ ସେ ଖଣ୍ଡୋକଟାରୁ ଭାୟା ପାରୁଆଭାଡି ଦେଇ ଯିବା ବାଟରେ ବଡପୋଲ ନିକଟରେ ହଠାତ୍‌ ସ୍କୁଟିରୁ ଧୂଆଁ ବାହାରିଥିଲା। ଏହାଦେଖି ପରେଶ ସ୍କୁଟିକୁ ଛିଡା କରି ଷ୍ଟାର୍ଟ ବନ୍ଦ କରି ଦେଇଥିଲେ। ହେଲେ ସ୍କୁଟିଟି ଆପେ ଷ୍ଟାର୍ଟ ହୋଇ ସମ୍ପୂର୍ଣ୍ଣ ଜଳିଯାଇଥିଲା।

Share