Categories: ଜାତୀୟ

‘ମର୍ଣ୍ଣି ଓ୍ବାକ୍‌’ ଯାଇଥିବାବେଳେ ମାଡିଗଲା ସ୍କର୍ପିଓ: ଚାଲିଗଲା ୪ ଜୀବନ

ପାଟନା,୨୯।୧୦: ବିହାରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିହାରର ଆରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ଜୀବନ ଯାଇଛି। ‘ମର୍ଣ୍ଣି ଓ୍ବାକ୍‌’ ଯାଇଥିବାବେଳେ ୪ ମହିଳାଙ୍କ ଉପରେ ସ୍କର୍ପିଓ ଚଢିଯାଇଥିଲା। କୁହାଯାଉଛି ଯେ ଗାଡି ଚାଳକ ମହିଳାଙ୍କୁ ଚଢାଇଦେବା ପରେ ଫେରାର ହୋଇଯାଇଥିଲେ।
ପୋଲିସର ସୂଚନାନୁସାରେ, ଏହି ଘଟଣା ଆରାର ଭୋଜପୁରରୁ ଆସିଛି। ମୃତ ଚାରିଜଣ ମହିଳା ହେଉଛନ୍ତି ଓଜାଭାଲିଆ ଗାଁର ବାସିନ୍ଦା। ପୋଲିସ କହିଛି ଯେ ଏହି ଚାରିଜଣ ମହିଳା ‘ମର୍ଣ୍ଣି ଓ୍ବାକ୍‌’ ଯାଇଥିଲେ। ଏହି ଚାରିଜଣ ଦେବଚାନ୍ଦ ବ୍ରିଜ ନିକଟରେ ଥିବା ପିରୋ-ବିହିୟା ରାସ୍ତାରେ ଯାଉଥିଲେ। ଏଥି ସହିତ, ଦ୍ରୁତ ଗତିରେ ଆସୁଥିବା ସ୍କର୍ପିଓ କାର ଭାରସାମ୍ୟ ହରାଇଲ ମହିଳାଙ୍କ ଉପରେ ଚଢିଯାଇଥିଲା। ସ୍କର୍ପିଓ ଆରୋହୀଙ୍କୁ ପାଇଁ ଖୋଜା ଚାଲିଛି ବୋଲି ପୋଲିସ କହିଛି।

Share