Categories: ଜାତୀୟ

ଟ୍ରକକୁ ପିଟିଲା କେଦାରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ସ୍କର୍ପିଓ, ଗୋଟିଏ ପରିବାରର ୫ ମୃତ

ବୁଲନ୍ଦସହର,୨୪ ।୫: ଉତ୍ତର ପ୍ରଦେଶ ବୁଲନ୍ଦସହରରେ ଏକ ବଡ ଧରଣର ଦୁର୍ଘଟଣା ହୋଇଛି । କେଦାରନାଥ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଏକ ସ୍କର୍ପିଓ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ପିଟିବା ଫଳରେ ଗୋଟିଏ ପରିବାରର ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍କର୍ପିଓରେ ଥିବା ସମସ୍ତ ଶ୍ରଦ୍ଧାଳୁ କେଦାରନାଥ ଓ ବଦ୍ରିନାଥ ଦର୍ଶନ ପାଇଁ ଯାଉଥିଲେ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ , ଜଣେ ମହିଳା ଓ ଦୁଇ ଜଣ ପୁରୁଷ ରହିଛନ୍ତି । ଏଥିରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ ଜଣ ଗୁରୁତର ଥିବା କୁହାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ ବୁଲନ୍ଦସହର ଡିଏମ ଓ ଏସଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Share