Advertisement

ଡିଭାଇଡରରେ ପିଟିହେଲା ସ୍କର୍ପିଓ, ଚାଳକ ମୃତ

ପାଟଣା,୧୪ା୯(ବୀରକିଶୋର ଦାଶ): କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାନ୍ତ ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଗୁରୁବାର ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଡିଭାଇଡରରେ ଧକ୍କା ଦେବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିବା ସହ ସ୍କର୍ପିଓ ଚୂର୍‌ମାର୍‌ ହୋଇଯାଇଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା କୁଆଖିଆ ଥାନା ଗୋପୀନାଥପୁର ଗ୍ରାମର ଜୁଲ ଫିକ୍କର (୨୮। ସେ ମୁର୍ଗାପାଟରେ ଏକ ହୋଟେଲ କରି ରହୁଥିଲେ। ଆଜି ସେ ଯାଜପୁର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଚଢେଇଭୋଳ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ କରୁଛି l

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share