ଦୁବାଇ,୨୨।୧୦: ଟି-୨୦ ବିଶ୍ୱକପ୍ ୨୦୨୧ରେ ବାଲାଂଦେଶକୁ ହରାଇ ସମସ୍ତଙ୍କୁ ଚମକାଇଛି ସ୍କର୍ଟଲାଣ୍ଡ। କ୍ୱାଲିଫାୟାର ରାଉଣ୍ଡରେ ବିଜୟରେ ହାଟ୍ରିକ୍ କରିବା ପରେ ଦଳ ସୁପର-୧୨ରେ ସ୍ଥାନ ପାଇଛି। ଗ୍ରୁପ୍ ବିରେ ଶୀର୍ଷରେ ରହିବା ପରେ ସୁପର-୧୨ ପାଇଁ ଦଳକୁ ଗ୍ରୁପ-୨ ଅର୍ଥାତ ଭାରତର ଗ୍ରୁପ୍ରେ ସୁଯୋଗ ମିଳିଛି। ଏବେ ଦଳର ମନୋବଳ ଶୀର୍ଷରେ ଥିବା ବେଳେ ଜଣେ ବୋଲର୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଚେତାବନୀ ଦେଇଛନ୍ତି। ରନ୍ ମେଶିନଙ୍କ ପାଇଁ ତାଙ୍କ ପାଖରେ ଯୋଜନା ପ୍ରସ୍ତୁତ ହୋଇ ରହିଛି ବୋଲି ସେ କହିଛନ୍ତି। ଖେଳାଳି ଜଣଙ୍କ ହେଉଛନ୍ତି ବାମହାତୀ ସ୍ପିନର ମାର୍କ ଓ୍ବାଟ୍। ତେବେ ଓ୍ବାର୍ଟଙ୍କ ବୟାନରୁ ସେ କୋହଲିଙ୍କ ଉଇକେଟ ନେବାର ସ୍ବପ୍ନ ରଖିଥିବା ସ୍ପଷ୍ଟ ହୋଇଛି।
ନଭେମ୍ବର ୫ ରେ ସ୍କର୍ଟଲାଣ୍ଡ ସହ ଭାରତ ଦୁବାଇରେ ମ୍ୟାଚ୍ ଖେଳିବ। ଏହାକୁ ନେଇ ଓ୍ବାର୍ଟ କହିଛନ୍ତି, ମୋ ପାଖରେ ବିରାଟଙ୍କ ପାଇଁ ପ୍ଲାନ ପ୍ରସ୍ତୁତ ଅଛି। ଏବେ ସେ ବିଷୟରେ କିଛି କହିବି ନାହିଁ। ହେଲେ ତାଙ୍କୁ ସାବଧାନ ରହିବାକୁ ହେବ। ବଡ଼ ବଡ଼ ଖେଳାଳିଙ୍କ ସମ୍ମୁଖୀନ ହେବାକୁ ସମସ୍ତେ ଖେଳିଥାନ୍ତି। ଶ୍ରେଷ୍ଠଙ୍କ ବିପକ୍ଷରେ ଖେଳି ତାଙ୍କୁ ଚ୍ୟାଲେଞ୍ଜ ଦେବା ବଡ଼ କଥା। ସେ ବିଶ୍ୱର ବଡ଼ ଖେଳାଳିଙ୍କ ମଧ୍ୟରୁ ଜଣେ। ଆମେ ଦିନିକିଆର ସର୍ବଶ୍ରେଷ୍ଠ ଟିମ୍କୁ ହରାଇ ସାରିଛୁ। ବାଲାଂଦେଶକୁ ହରାଇଛୁ। ଏଣୁ କୌଣସି ଦଳ ଆମକୁ ହାଲ୍କା ଭାବେ ନିଅନ୍ତୁ ନାହିଁ। ଆମେ ଭଲ ଫର୍ମରେ ଅଛୁ। ଆଗାମୀ ସମୟରେ ଶ୍ରେଷ୍ଠ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି।