ସ୍କଟଲାଣ୍ଡର ପୂର୍ବତନ ଫାଷ୍ଟ ମିନିଷ୍ଟର ଗିରଫ

ଲଣ୍ଡନ,୧୨ା୬: ସ୍କଟ୍‌ଲାଣ୍ଡର ପୂର୍ବତନ ଫାଷ୍ଟ ମିନିଷ୍ଟର ନିକୋଲା ଷ୍ଟର୍ଜନ ଦୁର୍ନୀତି ଅଭିଯୋଗରେ ରବିବାର ଗିରଫ ହୋଇଛନ୍ତି। ସ୍ବାଧୀନତା ସପକ୍ଷବାଦୀ ସ୍କଟିଶ୍‌ ନ୍ୟାଶନାଲ ପାର୍ଟି (ଏସ୍‌ଏନ୍‌ପି)ର ପାଣ୍ଠି ଓ ଆର୍ଥିକ ହେରଫେର ମାମଲାରେ ତଦନ୍ତ ଚାଲିଥିବାବେଳେ ୫୨ ବର୍ଷୀୟା ନିକୋଲାଙ୍କୁ ପୋଲିସ ଗିରଫ କରି ହାଜତକୁ ନେଇଛି। ଏହି ମାମଲାରେ ତାଙ୍କୁ ଜଣେ ସନ୍ଦିଗ୍ଧ ଭାବେ ଜେରା କରାଯାଉଛି। ଏହା ପୂର୍ବରୁ ଗତ ଏପ୍ରିଲରେ ନିକୋଲାଙ୍କ ସ୍ବାମୀ ତଥା ଏସ୍‌ଏନ୍‌ପିର ପୂର୍ବତନ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ପିଟର ମୁରେଲଙ୍କୁ ଗିରଫ ପରେ ଛାଡ଼ି ଦିଆଯାଇଥିଲା। ଗତ ମାର୍ଚ୍ଚରେ ଫାଷ୍ଟ ମିନିଷ୍ଟର ପଦରୁ ଇସ୍ତଫା ଦେବା ପରେ ଗିରଫ ହୋଇ ଜେରାର ସମ୍ମୁଖୀନ ହୋଇଥିଲେ। ସ୍ବାଧୀନ ଆକ୍ଟିଭିଷ୍ଟମାନେ ତାଙ୍କ ଦଳକୁ ଦେଇଥିବା ୬୦୦,୦୦୦ ପାଉଣ୍ଡ(୭୪୫,୦୦୦ ଆମେରିକୀୟ ଡଲାର) ଆମତ୍ସାତ୍‌ ମାମଲାରେ ତଦନ୍ତକାରୀ ଅଧିକାରୀମାନେ ତନାଘନା ଚଳାଇଛନ୍ତି।

Share