ଶିକ୍ଷକଙ୍କୁ ବିବାହ କଲେ ସ୍କଟ୍‌

ଓ୍ବାଶିଂଟନ୍‌, ୯ା୩: ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ୍‌ ମାରିସ୍‌(୫୦) ପୁଣି ବିବାହ କରିଛନ୍ତି। ୫୩.୫ ବିଲିୟନ ଡଲାର ସମ୍ପତ୍ତି ଥିବା ବିଶ୍ୱର ୨୨ତମ ଧନୀ ସ୍କଟ୍‌ ବିଜ୍ଞାନ ଶିକ୍ଷକ ଡେନ୍‌ ଜିଓ୍ବେଟଙ୍କ ହାତ ଧରିଛନ୍ତି। ଡେନ୍‌ ଏକ ବେସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ତାଙ୍କ ସମ୍ପତ୍ତିର ଅଧିକାଂଶ ଭାଗ ଚ୍ୟାରିଟିଙ୍କୁ ଦାନ କରିଦେବାକୁ ପୂର୍ବରୁ ସ୍କଟ୍‌ ଘୋଷଣା କରିଥିଲେ। ୨୦୧୯ରେ ସ୍କଟ୍‌ ଓ ବେଜୋସ୍‌ଙ୍କ ଛାଡ଼ପତ୍ର ହୋଇଥିଲା। ଗତ ବର୍ଷ ସ୍କଟ୍‌ ପ୍ରାୟ ୬ ବିଲିୟନ ଡଲାର ଦାନ କରି ଚର୍ଚ୍ଚାକୁ ଆସିଥିଲେ।

Share