‘ସ୍କ୍ରୁ ଢିଲା’ ଟିଜର ରିଲିଜ, ସ୍କୁଲ ଶିକ୍ଷକରୁ ଫାଇଟର୍‌ଙ୍କୁ ଦେଖିଲେ ଦର୍ଶକ

ଟାଇଗର୍‌ ଶ୍ରଫଙ୍କ ଆଗାମୀ ଫିଲ୍ମ ‘ସ୍କ୍ରୁ ଢିଲା’ ଟିଜର୍‌ ରିଲିଜ ହୋଇଛି। ୩ ମିନିଟ୍‌ର ଏହି ଟିଜରରେ ଟାଇଗରଙ୍କୁ ଜଣେ ସ୍କୁଲ ଶିକ୍ଷକରୁ ଫାଇଟର୍‌ ଭାବେ ଦେଖିବାକୁ ମିଳିଛି। ଟାଇଗର୍‌ ଶ୍ରଫ ଏବଂ କରଣ ଜୋହାର ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଟିଜର୍‌ ଶେୟାର କରିଛନ୍ତି। ଏହି ଟିଜରକୁ ଶେୟାର କରି କରଣ ଲେଖିଛନ୍ତି, ମନୋରଞ୍ଜନର ସଲିଡ ପଞ୍ଚ ଆସୁଛି। ଶଶାଙ୍କ ଖେତାନ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି।
ସେହିପରି ଟାଇଗର୍‌ ଶ୍ରଫ ମଧ୍ୟ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଟିଜର ଶେୟାର କରିଛନ୍ତି। ସେ ଲେଖିଛନ୍ତି, ପଞ୍ଚେସ ହୈ ଟାଇଟ, ପର ଇସକା ସ୍କ୍ରୁ ଢିଲା ହୈ। ଆପଣଙ୍କ ପାଇଁ ନେଇ ଆସିଛୁ ଆକ୍ସନରେ ଭରପୁର ଫିଲ୍ମ। ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩, ୭୭୦୬୯ ଜଣ ଲୋକ ପସନ୍ଦ କରିଛନ୍ତି।

Share