ସ୍କ୍ରବ୍‌ ଟାଇଫସ୍‌: ବରଗଡ଼ରେ ୩ ମୃତ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ ଏପର୍ଯ୍ୟନ୍ତ ଜିଲାର ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ବୁଙ୍ଗାପାଲି ଗ୍ରାମର ସରୋଜ ପ୍ରଧାନ(୪୨), ପଦ୍ମପୁରର ସଖୀ ପ୍ରଧାନ(୭୦) ଏବଂ ପଦ୍ମପୁରର ଶିଖା ରଣା(୧୬)। ଗତ ସପ୍ତାହକ ମଧ୍ୟରେ ଜିଲାର ବିଭିନ୍ନ ଘରୋଇ ଡାକ୍ତରଖାନାରେ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ନିରୁପମା ଷଡ଼ଙ୍ଗୀ କହିଛନ୍ତି। ସେ ଆହୁରି କହିଛନ୍ତି, ଗତ ୧୦ ତାରିଖ ସୁଦ୍ଧା ଜିଲା ମୁଖ୍ୟ ଡାକ୍ତରଖାନାରେ ୨୦ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ଏବଂ ସେମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି। ଏପର୍ଯ୍ୟନ୍ତ ଜିଲା ମୁଖ୍ୟ ଡାକ୍ତରଖାନାରେ କୌଣସି ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଭର୍ତ୍ତି ହୋଇ ନ ଥିବା ସିଡିଏମ୍‌ଓ ଡା. ଷଡ଼ଙ୍ଗୀ କହିଛନ୍ତି। ସ୍କ୍ରବ୍‌ ଟାଇଫସ୍‌ ପରୀକ୍ଷା ପାଇଁ ଜିଲାର ସବ୍‌ ସେଣ୍ଟରଠାରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍ଦିଷ୍ଟ କିଟ୍‌ ପଠାଯାଇଛି ଏବଂ ଜିଲା ମୁଖ୍ୟ ଡାକ୍ତରଖାନାରେ ଏଲିସା ଟେଷ୍ଟ କରାଯାଉଥିବା ସେ ସୂଚନା ଦେଇଛନ୍ତି। ସେହିପରି ସ୍କ୍ରବ୍‌ ଟାଇଫସ୍‌ ନେଇ ଜିଲାରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଏହି ରୋଗର ଲକ୍ଷଣ ଦେଖାଦେଲେ ଅର୍ଥାତ୍‌ ଦୀର୍ଘଦିନ ଧରି ଜ୍ୱର ନ ଛାଡ଼ିଲେ ରକ୍ତ ନମୁନା ପରୀକ୍ଷା କରିବା ପାଇଁ ସିଡିଏମ୍‌ଓ ଡା. ଷଡଙ୍ଗୀ ପରାମର୍ଶ ଦେଇଛନ୍ତି। ଏହାସହିତ ସ୍କ୍ରବ ଟାଇଫସ୍‌ ରୋଗୀଙ୍କ ସମ୍ପର୍କରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ତୁରନ୍ତ ସୂଚନା ଦେବା ପାଇଁ ଜିଲାର ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL Cheerleader Salary: ଗୋଟିଏ ମ୍ୟାଚ୍‌ ପାଇଁ କେତେ ଟଙ୍କା ନିଅନ୍ତି ଚିୟରଲିଡର୍ସ: ଜାଣନ୍ତୁ କେଉଁ ଦଳ ଦିଏ ଅଧିକ ଟଙ୍କା

ନୂଆଦିଲ୍ଲୀ,୨୨।୪: IPL 2025ରେ ସମସ୍ତ ୧୦ଟି ଦଳ ସେମାନଙ୍କ ମ୍ୟାଚ ପାଇଁ ଚିୟରଲିଡର୍ସଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପ୍ରତିବର୍ଷ ଘଟେ। ଏଥିରେ ବିଦେଶୀ ଯୁବତୀମାନେ ଲକ୍ଷ...

କଟକରେ ଭୟଙ୍କର ଦୁର୍ଘଟଣା: ପିସିଆର୍‌ ଭ୍ୟାନ୍‌କୁ ଚାପିଦେଲା ହାଇଓ୍ବା, ଚାଲିଗଲା ୨ ପୋଲିସ କର୍ମଚାରୀଙ୍କ ଜୀବନ

କଟକ ସଦର,୨୨।୪(ସୁଶାନ୍ତ କୁମାର ଜେନା): କଟକ-ପରାଦୀପ ରାସ୍ତାର ଗତିରାଉତପାଟଣାରେ ମଙ୍ଗଳବାର ଭୋର୍‌ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ପିସିଆର୍‌ ସହିତ ବାଲି ବୋଝେଇ ହାଇଓ୍ବା ମୁହାଁମୁହିଁ...

ବିନା କ୍ୟାମେରା, ବିନା ଷ୍ଟାରରେ ମନ୍ଦିର ପୂଜାରୀ ତିଆରି କଲେ ବିଶ୍ୱର ପ୍ରଥମ AI ଫିଲ୍ମ !

ବେଙ୍ଗାଲୁରୁ,୨୨।୪: କର୍ନାଟକର ଜଣେ ପୂଜାରୀ AI ଉପକରଣ ସାହାଯ୍ୟରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ AI-ଆଧାରିତ କନ୍ନଡ ଫିଲ୍ମ ତିଆରି କରିଛନ୍ତି। ବେଙ୍ଗାଲୁରୁର ସିଦ୍ଧେହଲ୍ଲି ଗାଁର ହନୁମନ୍ତରାଇ...

କଲେଜରେ ଭଉଣୀଙ୍କୁ ଛାଡ଼ି ଫେରୁଥିଲେ: ବାଇକ୍‌ ସହ ଧକ୍କା ପରେ ଚାପିଦେଲା ହାଇଓ୍ବା, ଯୁବକ ମୃତ…

ତିହିଡି଼,୨୨।୪(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାସ୍ତାର ବିନ୍ଧାବଜାରଠାରୁ କିଛି ଦୂରରେ ମଙ୍ଗଳବାର ସକାଳ ସାଢେ ୮ଟା ସମୟରେ ଏକ ହାଇୱା ତଳେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି...

ପୋପ୍‌ ଫ୍ରାନ୍ସିସ୍‌ଙ୍କ ବିୟୋଗ: ରାଜ୍ୟ ପାଳିବ ୩ ଦିନିଆ ଶୋକ

ଭୁବନେଶ୍ୱର,୨୨।୪: ରୋମାନ କାଥୋଲିକ୍‌ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କର ବିୟୋଗରେ ରାଜ୍ୟ ୩ ଦିନିଆ ଶୋକ ପାଳିବ। ଏପ୍ରିଲ ୨୨ (ମଙ୍ଗଳବାର) ଏବଂ ଏପ୍ରିଲ...

ଜେଲ ଯିବେ ରାହୁଲ-ସୋନିଆ? ନ୍ୟାଶନାଲ ହେରାଲଡ ମାମଲାରେ କେମିତି ଫସିଛନ୍ତି Gandhi Family ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୪: ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର ଅଭିଯୋଗର ପ୍ରତିବାଦ କରିବା ପାଇଁ ଆୟୋଜିତ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ...

ଅଂଶୁଘାତ ଭୟ: ଅସହ୍ୟ ଗୁଳୁଗୁଳିରେ ଜୀବନ ଅସ୍ତବ୍ୟସ୍ତ

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ):ତାତି ବଢ଼ି ଚାଲିଛି। ଗୁଳୁଗୁଳି ମଧ୍ୟ ଅସହ୍ୟ ହୋଇ ପଡୁଛି। ଏଭଳି ସ୍ଥିତିରେ ଉଭୟ ଘରେ ଏବଂ ବାହାରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି।...

କିଏ ସେ ୫ ନେତା ଯିଏକି ବିଜେଡିକୁ ବୁଡାଇଦେବେ? ଅମରେଶଙ୍କ ବୟାନକୁ ନେଇ ରାଜନୀତିରେ ହଲଚଲ

ଭୁବନେଶ୍ୱର.୨୨।୪: ଥମିବାର ନାଁ ନେଉନାହିଁ ବିଜେଡି କନ୍ଦଳ। ଏବେ ବିଜେଡି କଳିକୁ ନେଇ ବରିଷ୍ଠ ନେତା ଅମରେଶ ଜେନା ବିସ୍ଫୋରକ ବୟାନ ଦେଇଛନ୍ତି। ଦଳର ୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image