ବରଗଡ଼ରେ ସ୍କ୍ରବ୍‌ ଟାଇଫସ୍‌: ଦିନକ ପରେ ମତ ବଦଳାଇଲେ ସିଡିଏମ୍‌ଓ

ବରଗଡ଼,୧୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଜିଲାରେ ଏହି ରୋଗରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବା ସାଧାରଣରେ ଆଲୋଚନା ହେଉଛି। କେବଳ ସେତିକି ନୁହେଁ, ବୁଧବାର ଖୋଦ୍‌ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ନିରୁପମା ଷଡ଼ଙ୍ଗୀ ଗଣମାଧ୍ୟମ ସମ୍ମୁଖରେ ଜିଲାରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ସମ୍ପର୍କରେ ସୂଚନା ଦେଇ କହିଥିଲେ, ସେପ୍ଟେମ୍ବର ୧୦ତାରିଖ ସୁଦ୍ଧା ୨୦ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିଲା। ସେଥିରୁ ୩ଜଣ ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏବଂ ସମସ୍ତେ ଘରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ସେ ଆହୁରି କହିଥିଲେ, ଘରୋଇ ଡାକ୍ତରଖାନାରେ ୩ଜଣଙ୍କ ସ୍କ୍ରବ୍‌ ଟାଇଫସ୍‌ ଜନିତ ମୃତ୍ୟୁ ସମ୍ପର୍କରେ ସୂଚନା ପାଇ ଏଡିପିଏଚ୍‌ଓ ଏବଂ ଅନ୍ୟ ଜଣେ ତାର ଅନୁସନ୍ଧାନ ପାଇଁ ଯାଇଥିଲେ ଏବଂ ତାହା ସତ ବୋଲି ସିଡିଏମ୍‌ଓ ଡା. ଷଡ଼ଙ୍ଗୀ ଗଣମାଧ୍ୟମ ଆଗରେ କହିଥିଲେ। ସେ ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

କିନ୍ତୁ ମତ ରଖିବାର ଦିନକ ପରେ ସିଡିଏମ୍‌ଓ ଡା. ଷଡ଼ଙ୍ଗୀ ଗୁରୁବାର ଜିଲାର ସ୍କ୍ରବ୍‌ ଟାଇଫସ୍‌ ରୋଗର ସ୍ଥିତି ଉପରେ ନିଜ ମତ ବଦଳାଇଛନ୍ତି। ପୂର୍ବରୁ ସ୍କ୍ରବ୍‌ ଟାଇଫସ୍‌ରେ ୩ଜଣଙ୍କ ମୃତ୍ୟୁ ଘଟଣା ସତ ବୋଲି କହିଥିବା ବେଳେ ଏବେ ତାର ସତ୍ୟାସତ୍ୟ ନେଇ ଅନୁସନ୍ଧାନ ଚାଲୁଛି ବୋଲି ଏକ ପ୍ରେସ ବିବୃତିରେ ସିଡିଏମ୍‌ଓ ଡା. ଷଡ଼ଙ୍ଗୀ କହିଛନ୍ତି। ସେ କହିଛନ୍ତି, ଅଦ୍ୟାବଧି ବରଗଡ଼ ଜିଲାରେ ଜାନୁୟାରୀ ୨୪ରୁ ସେପ୍ଟେମ୍ବର ୧୦ତାରିଖ ପର୍ଯ୍ୟନ୍ତ ଆଲିସା ଆଇଜିଏମ (ଇଏଲଆଇଏସ୍‌ଏ ଆଇଜିଏମ୍‌) ପରୀକ୍ଷା ପଦ୍ଧତି ଦ୍ୱାରା ଜିଲାରେ ୧୦ଜଣ ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ସମସ୍ତେ ସୁସ୍ଥ ଅଛନ୍ତି। ଇତିମଧ୍ୟରେ ଜିଲାରେ ୩ଜଣଙ୍କ ସ୍କ୍ରବ୍‌ ଟାଇଫସ୍‌ ଜନିତ ମୃତ୍ୟୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।

ସେମାନେ ହେଲେ ପଦ୍ମପୁରର ସାକ୍ଷୀ ପ୍ରଧାନ(୭୦), ଜମଲା କୁଧେରଖେର ଗ୍ରାମର ଶିଖା ରଣା(୧୬) ଏବଂ ଭୁକ୍ତା ବୁଙ୍ଗାପାଲିର ସରୋଜ ପ୍ରଧାନ(୪୨)। ବେସରକାରୀ ନର୍ସିଂହୋମ୍‌ରେ ସେମାନଙ୍କ ମୃତ୍ୟୁ ହୋଇଛି ଏବଂ ଜିଲା ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଏହାର ସତ୍ୟାସତ୍ୟ ଅନୁସନ୍ଧାନ ଚାଲୁଛି ବୋଲି ସିଡିଏମ୍‌ଓ ଡା. ଷଡ଼ଙ୍ଗୀ ପ୍ରେସ ବିବୃତିରେ ଉଲ୍ଲେଖ କରିଛନ୍ତି। ଏହାସହିତ ସ୍କ୍ରବ୍‌ ଟାଇଫସ୍‌ ରୋଗ ଚିହ୍ନଟ ପାଇଁ ଜିଲାର ସବୁ ବ୍ଲକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲାରେ ରହିଥିବା ଜିଲା ଜନସ୍ବାସ୍ଥ୍ୟ ପରୀକ୍ଷାଗାରରେ ମାଗଣା ରକ୍ତ ନମୁନା ପରୀକ୍ଷା କରାଯାଉଛି। ସ୍କ୍ରବ୍‌ ଟାଇଫସ୍‌ ଆରୋଗ୍ୟସାଧ୍ୟ ହୋଇଥିବା ଯୋଗୁ ଏହି ରୋଗର ଲକ୍ଷଣ ଦେଖାଦେଲେ ସଠିକ୍‌ ଚିକିତ୍ସା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏ ନେଇ ଜିଲାରେ ସଚେତନତା ସୃଷ୍ଟି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସ୍କ୍ରବ୍‌ ଟାଇଫସ୍‌ ରୋଗ ସନ୍ଦେହ ହେଲେ, ଏହାର ସତ୍ୟତା ପାଇଁ ଜିଲା ଜନସ୍ବାସ୍ଥ୍ୟ ପରୀକ୍ଷାଗାରକୁ ରୋଗୀଙ୍କ ରକ୍ତ ନମୁନା ପଠାଇବା ଏବଂ ବିନା ଅନୁସନ୍ଧାନରେ କୌଣସି ମୃତାହତଙ୍କୁ ସ୍କ୍ରବ୍‌ ଟାଇଫସ୍‌ ଜନିତ ମୃତ୍ୟୁ ବୋଲି ଘୋଷଣା ନ କରିବାକୁ ବେସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଡିଏମ୍‌ଓ ଡା. ଷଡ଼ଙ୍ଗୀ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

କନିଷ୍ଠ ଯନ୍ତ୍ରୀଙ୍କୁ ଛାଡୁନି ଚୌକି ମୋହ: ବଦଳି ଆଦେଶକୁ ବେଖାତିର୍‌

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟାଳୟରେ ଅନେକ ଅଧିକାରୀ, କର୍ମଚାରୀ ଦୀର୍ଘବର୍ଷ ଧରି ଅବସ୍ଥାପିତ ରହିଛି। ସମ୍ପୃକ୍ତ କାର୍ଯ୍ୟାଳୟରେ ସେମାନଙ୍କ ଚୌକି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍‌ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡ଼ା,୨୧ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାର୍ମପଣ୍ଡ (ଚହଲା) ଖନନ କରାଯାଇଛି। ସେଥିରୁ ଗୋଟିଏ ଚହଲାକୁ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବାଇକ୍‌ ଦୁର୍ଘଟଣା, ଛାତ୍ରଙ୍କ ମୃତ୍ୟୁ

କୋକସରା,୨୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମରୁ କୋକସରାକୁ ବାଇକ୍‌ରେ ଆସୁଥିବା ବେଳେ କେନାଲ ଛକ ନିକଟରେ ଦୁର୍ଘଟଣା...

ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image