ଭାରତ ବନ୍ଦକୁ ସମର୍ଥନ କରିବ ଏସ୍‌ସିଏସ୍‌ଟି ସଂଘ

ଖଡ଼ିଆଳ,୧୯ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ କଲ୍ୟାଣ ମଣ୍ଡପ ୨ରେ ଏସ୍‌ସିଏସ୍‌ଟି ସଂଘ ପକ୍ଷରୁ ସୋମବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଭାରତ ବନ୍ଦ ପାଳନକୁ ସମର୍ଥନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରିକି ନୂଆପଡ଼ା ଜିଲା ବ୍ୟାପୀ ବନ୍ଦ ପାଳନ କରିବାକୁ ବୈଠରେ ଆଲୋଚନା କରାଯାଇଛି।

ବୈଠକରେ ନିମାଇଁ ଚରଣ ତାଣ୍ଡି ସଭାପତିତ୍ୱ କରିଥିଲେ। ଖଡ଼ିଆଳ ଓକିଲ ସଂଘ ସଭାପତି ଗୋବର୍ଦ୍ଧନ ସୁନା, ଓଡ଼ିଶା ଆଦିବାସୀ ମହାସଂଘ ସଭାପତି ବାଳକୃଷ୍ଣ ଶବର, ଖଡ଼ିଆଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗୌତମ ତାଣ୍ଡି, ସତ୍‌ନାମୀ ସମାଜ ଓଡ଼ିଶା ରାଜ୍ୟ ସଭାପତି ଜ୍ୟୋତିଲାଲ ବଞ୍ଜାରେ, ଓଡ଼ିଶା ବଞ୍ଜରା ସମାଜ ସଭାପତି ଈଶ୍ୱର ଚନ୍ଦ୍ର ନାୟକ, ଆଦିବାସୀ କଲ୍ୟାଣ ସଂଘ ଉପଦେଷ୍ଟା ଜୟରାମ ଶବର, ଡୁଆଝର ସରପଞ୍ଚ ଜିତୁ କୁମ୍ଭାର, ସିଙ୍ଗଝର ସରପଞ୍ଚ କହଲସିଂ ବାଗ ପ୍ରମୁଖ ଯୋଗଦେଇଥିଲେ।