ନୂଆଦିଲ୍ଲୀ,୨୯।୧୧: ଓଡ଼ିଶାର ମୋଟ ୧୫ ଶ୍ରେଷ୍ଠ କାରିଗରଙ୍କୁ ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ଲାଗି ଶିଳ୍ପଗୁରୁ ଓ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଳପତ୍ର ଖୋଦେଇ କାରିଗରି ଲାଗି ବିଜୟ କୁମାର ପରିଡ଼ା ଏବଂ ପଥର ଖୋଦେଇ ପାଇଁ ମହେଶ୍ୱର ପରିଡ଼ାଙ୍କୁ ସୋମବାର ୨୦୧୮ ବର୍ଷ ନିମନ୍ତେ ଶିଳ୍ପଗୁରୁ ପୁରସ୍କାର ମିଳିଛି। ୨୦୧୭ ଏବଂ ୨୦୧୮ ପାଇଁ ୫ ଜଣ ଲେଖାଏ ଏବଂ ୨୦୧୯ ପାଇଁ ୩ ଜଣଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ହସ୍ତକଳା ଓ ବୟନଶିଳ୍ପ ସେକ୍ଟରକୁ ମୂଲ୍ୟବାନ ଅବଦାନ ଏବଂ କାରିଗରିରେ ସେମାନଙ୍କର ଉତ୍କର୍ଷତାର ସ୍ବୀକୃତି ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଥିବା କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଶିଳ୍ପଗୁରୁ ପୁରସ୍କାର ବାବଦକୁ ସ୍ବର୍ଣ୍ଣ ମୁଦ୍ରା, ୨ ଲକ୍ଷ ଟଙ୍କା ନଗଦ ଅର୍ଥ, ତାମ୍ରପତ୍ର, ସାଲ୍ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ। ଉପରୋକ୍ତ ୩ ବର୍ଷ ଲାଗି ମୋଟ ୩୦ ଜଣଙ୍କୁ ଶିଳ୍ପଗୁରୁ ପୁରସ୍କାର ମିଳିଛି। ସେମାନଙ୍କ ମଧ୍ୟରୁ ୬ ଜଣ ମହିଳା।