ଭିଜିଲାନ୍ସ ହାତରେ ଏସ୍‌ଡିପିଓ

ଢେଙ୍କାନାଳ ଅଫିସ,୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ଏସ୍‌ଡିପିଓ ମଳୟ ନାୟକ ବୁଧବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଏସ୍‌ସିଏସ୍‌ଟି ମାମଲାରେ ନାଁ ରଫାଦଫା କରିବାକୁ ୩୦ ହଜାର ଲାଞ୍ଚ ନେବା ବେଳେ ସେ କାରନ୍ଦା ଛକରୁ ଧରାପଡ଼ିଛନ୍ତି। ପଥର ଗାଡ଼ି ପାସ କରାଇବା ପାଇଁ ଜଣେ ପଥର ଖଣି ଲିଜ୍‌ଧାରୀଙ୍କଠାରୁ ମଳୟ ଲାଞ୍ଚ ନେଉଥିଲା ବେଳେ ପୂର୍ବରୁ ପ୍ରସ୍ତୁତଥିବା କଟକ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା।