Categories: ଜାତୀୟ

୪୦ ଜଣଙ୍କ ଜୀବନ ବଞ୍ଚାଇଲେଣି ଏହି ମୁସଲମାନ୍‌ ଯୁବକ

ହରିଦ଼୍ବାର, ୨୮।୦୭: ଶ୍ରାବଣ ମାସ କାରଣରୁ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଗହଳି ଲାଗିରହିଛି । ହରିଦ଼୍ବାରରେ ପ୍ରବଳ ଗହଳି କାରଣରୁ ପ୍ରଶାସନ ଆଲର୍ଟ ଜାରି କରିଛି । ପୋଲିସ୍‌ ସମେତ ଏନ୍‌ଡିଆରଏଫ୍‌ ଟିମ୍‌ ମଧ୍ୟ ଘାଟରେ ନିୟୋଜିତ ରହିଛନ୍ତି । କାଉଡ଼ିଆମାନେ ଗଙ୍ଗାରେ ବୁଡ଼ ପକାଉଛନ୍ତି । ବର୍ଷା କାରଣରୁ ଗଙ୍ଗାରେ ସ୍ରୋତ ପ୍ରଖର ରହିଛି । ତେଣୁ କିଛି କାଉଡ଼ିଆ ବୁଡ଼ି ଯାଉଥିବା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜଣେ ଏସ୍‌ଡିଆରଏଫ୍‌ ଯବାନ ଏ ପର୍ଯ୍ୟନ୍ତ ୪୦ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ଏହି ଯବାନଙ୍କ ନାମ ଆଶିକ୍‌ ଅଲ୍ଲୀ ।

ଆଶିକ୍‌ ତାଙ୍କ ଦଳ ସହିତ ଏପର୍ଯ୍ୟନ୍ତ ୪୦ ଜଣ କାଉଡ଼ିଆଙ୍କ ଜୀବନ ରକ୍ଷା କରିଛନ୍ତି। ସେ ଡେରାଡୁନ ସାହସପୁରର ବାସିନ୍ଦା। ସେ ୨୦୧୨ ମସିହାରେ ଉତ୍ତରାଖଣ୍ଡ ପୋଲିସରେ ନିଯୁକ୍ତି ପାଇଥିଲେ। ୨୦୨୧ ମସିହାରେ ଏସ୍‌ଡିଆରଏଫ୍‌ରେ ହେଡ କନଷ୍ଟେବଳ ହୋଇଥିଲେ । ଏସ୍‌ଡିଆରଏଫ୍‌ରେ ଯୋଗଦେବା ପରଠାରୁ, ସେ ଲୋକଙ୍କୁ ବଞ୍ଚାଇବା ପାଇଁ କ୍ରମାଗତ ଭାବରେ ଆବଶ୍ୟକ ସ୍ଥାନକୁ ଯାଉଛନ୍ତି ।

Share