Categories: ଜାତୀୟ

ପୋଲ ଭୁଷୁଡିବା ପରେ ତୁରନ୍ତ ପଠାଯାଇଛି ଏସଡିଆରଏଫ ଟିମ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି ୪ ଡଙ୍ଗା

ପାଟନା,୫।୬: ବିହାରର ଭାଗଲପୁରରେ ନିର୍ମାଣାଧିନ ଅଗୁୱାନି-ସୁଲତାନଗଞ୍ଜ ବ୍ରିଜ ଭୁଶୁଡ଼ିବା ପରେ ଏହି ଖବର ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଯାଇଛି। ଏହା ସହ ନୀତୀଶ ସରକାର ଭାରତୀୟ ଜନତା ପାର୍ଟି(ଭାଜପା)ର ଟାର୍ଗେଟକୁ ଆସିଯାଇଛନ୍ତି। ବିହାରରେ ମଧ୍ୟ ଏହି ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ ସୁଲତାନଗଞ୍ଜର ସହ ପ୍ରଭାରୀ ସିଓ ଅମିତ ରାଜ କହିଛନ୍ତି ଯେ ଘଟଣା ପରେ ତୁରନ୍ତ ଆମେ ଏସଡିଆରଏଫ ଟିମକୁ ଘଟଣାସ୍ଥଳକୁ ପଠାଇଛୁ। ଏଠାରେ ଚାରୋଟି ଏସଡିଆରଏଫ ଡଙ୍ଗା ସବୁଆଡେ ଖୋଜୁଛି ଆହତଙ୍କ ବିଷୟରେ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

Share