ଅକ୍ସଫୋର୍ଡ ୟୁନିଭରସିଟି ରିସର୍ଚ୍ଚ: ସି ସ୍ନେକ୍‌ର ରଙ୍ଗ ବଦଳାଇବା କ୍ଷମତା ହେଲା ବିକଶିତ

ଓ୍ବାଶିଂଟନ୍‌,୧୫।୭: ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ଦ୍ୱାରା ଜେନୋମ ବାୟୋଲୋଜି ଏବଂ ଇଭୋଲ୍ୟୁଶନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଉତ୍ତର ଅଷ୍ଟ୍ରେଲିଆ ଏବଂ
ଦକ୍ଷିଣ-ପୂର୍ବ ଏସିଆ ସମୁଦ୍ରର ଥିବା ବିଷାକ୍ତ ସାପମାନେ ରଙ୍ଗ ବଦଳାଇବା କ୍ଷମତାକୁ ପୁନଃ ବିକଶିତ କରିଛନ୍ତି। ଯାହା ବହୁ ପୂର୍ବରୁ ସେମାନଙ୍କର କ୍ଷମତା ଶେଷ ହୋଇଯାଇଥିଲା। ଅନୁସନ୍ଧାନ ଅନୁଯାୟୀ, ୨୫୦ମିଲିୟନ ବର୍ଷ ମଧ୍ୟରେ ଦୁଇଟି ଏଲାପିଡ ସାପ ସମୁଦ୍ରକୁ ଯାଇଥିଲେ।

ଏହି ବିଷାକ୍ତ ପ୍ରଜାତିର ସାପଙ୍କର କେଇ ବୁନ୍ଦା ରକ୍ତ ଏକାଥରକେ ୧୦୦୦ଜଣ ବ୍ୟକ୍ତିଙ୍କର ତତ୍‌କ୍ଷଣାତ୍‌ ଜୀବନ ନେଇପାରେ। ଏହି ସାପ କେବଳ ସମୁଦ୍ରରେ ଦେଖାଯାଏ। ତେଣୁ ମଣିଷ ସହଜରେ ଏହାର ଶିକାର ହୁଏ ନାହିଁ। କିନ୍ତୁ ସମୁଦ୍ର ଭିତରକୁ ଯାଉଥିବା ମତ୍ସଜୀବୀ ଏହି ବିୋକ୍ତ ସାପର ଦଂଶନର ଶିକାର ହୋଇଥା’ନ୍ତି।

Share