ସୁଡଙ୍ଗରେ ଭର୍ତ୍ତି କରାଯାଉଛି ସମୁଦ୍ର ପାଣି: ଆତଙ୍କବାଦୀଙ୍କୁ ଧ୍ୱଂସ ପାଇଁ ଇସ୍ରାଏଲର ନୂତନ କୌଶଳ…

ଜେରୁଜେଲମ,୧୩।୧୨: ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି। ଗୋଟିଏ ପଟେ ପାଲେଷ୍ଟାଇନ ଯୁଦ୍ଧ ରୋକିବା ପାଇଁ ସମର୍ଥନ ମାଗୁଥିବାବେଳେ ଅନ୍ୟ ପଟେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ଅଧିକ କଠୋର ହେବାରେ ଲାଗିଛି। ଇସ୍ରାଏଲ ହମାସ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଏଥିପାଇଁ ନୂଆ କୌଶଳ ଆପଣେଇଛି। ବର୍ତ୍ତମାନ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସମୁଦ୍ର ପାଣିରେ ସୁଡଙ୍ଗ ଭର୍ତ୍ତି କରି ଲୁଚି ରହିଥିବା ଆତଙ୍କବାଦୀଙ୍କୁ ବାହାର କରିବାର ଯୋଜନା କରିଛି। ଏନେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ଏକ ରିପୋର୍ଟରେ ଆମେରିକାର ଅଧିକାରୀ କହିଛନ୍ତି ଇସ୍ରାଏଲ ସେନା ଗାଜାରେ ହମାସର ସୁଡଙ୍ଗକୁ ସମୁଦ୍ର ଜଳରେ ଭର୍ତ୍ତି କରୁଛନ୍ତି। ଏହା ସୁଡଙ୍ଗଗୁଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରିବ ।

ଅଧିକାରୀ କହିଛନ୍ତି ବନ୍ଧକ, ଯୁଦ୍ଧବିମାନ ଏବଂ ଗୁଳିଗୋଳା ଲୁଚାଇବା ପାଇଁ ହମାସ ଟନେଲ ବ୍ୟବହାର କରୁଛି। ତଥାପି, ସମୁଦ୍ର ଜଳ ସାହାଯ୍ୟରେ ଟନେଲଗୁଡ଼ିକୁ ନଷ୍ଟ କରିବାର ପ୍ରକ୍ରିୟା ସପ୍ତାହେ ଲାଗିପାରେ ।

ଏହା ବ୍ୟତୀତ ଆମେରିକା ଜୋ ବାଇଡେନ ପ୍ରଶାସନର କିଛି ଅଧିକାରୀ ମଧ୍ୟ ଏହି ପଦକ୍ଷେପ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଇସ୍ରାଏଲର ଏହି ପଦକ୍ଷେପ ଗାଜାର ମଧୁର ଜଳ ଯୋଗାଣକୁ ବିପଦରେ ପକାଇପାରେ। ତେବେ ଇସ୍ରାଏଲ ସେନା ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି।

Share