ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ: ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନ ସିଲ୍‌

ଭୁବନେଶ୍ୱର,୨୨।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର ଏବଂ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏହି ଶିକ୍ଷାନୁଷ୍ଠାନକୁ ବିଏମ୍‌ସି ପକ୍ଷରୁ ସିଲ୍‌ କରି ଦିଆଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଶିକ୍ଷାନୁଷ୍ଠାନର ଗୋଟିଏ ହଷ୍ଟେଲ ରୁମ୍‌ରେ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶିକ୍ଷାନୁଷ୍ଠାନ ଭିତରକୁ କାହାକୁ ପ୍ରବେଶ କରାଇବାକୁ ଦିଆଯିବ ନାହିଁ। କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିବିଶେଷକୁ ବାହାରକୁ ଆସିବା ପାଇଁ ବାରଣ ରହିଛି। ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଔଷଧ ବିଏମ୍‌ସି ଯୋଗାଇବ। ସମସ୍ତ ଆକ୍ରାନ୍ତଙ୍କର ଆଜି କୋଭିଡ୍‌ ଟେଷ୍ଟ୍‌ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Share