କେନ୍ଦୁଝର,୨ା୩(ସ୍ବ.ପ୍ର.): କଲେଜ ରୋଡ୍ସ୍ଥିତ ବଣିଆ ପାଟ ଅଞ୍ଚଳରେ ଥିବା ସନ୍ରାଇଜ ହସ୍ପିଟାଲକୁ ଗୁରୁବାର ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସିଲ୍ କରାଯାଇଥିବା ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି। ଯୋଡ଼ା ଅଞ୍ଚଳର ଜଣେ ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କାର୍ଡ ବନ୍ଧକ ରଖିଥିବା ନେଇ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପରେ ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ରୋଗୀଙ୍କ କାର୍ଡ ସେଠାରେ ମିଳିବା ପରେ ତା’ର ପଞ୍ଜୀକରଣକୁ ପ୍ରଶାସନ ବାତିଲ କରିବା ପରେ ଆଜି ସିଲ୍ କରାଯାଇଛି।