ଭୁବନେଶ୍ୱର,୮ା୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୪ ନମ୍ବର ମାଛ ମାର୍କେଟକୁ ରବିବାର ସିଲ୍ କରାଯାଇଛି । ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାଛ ମାର୍କେଟକୁ ସିଲ୍ କରିଛି ବିଏମ୍ସି। ଏହା ସହ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ ହୋଇଛି।
ସୂଚନାନୁଯାୟୀ, ଜୁନ୍ ମାସରେ ମଧ୍ୟ ଏହି ମାଛ ମାର୍କେଟ ୧୫ ଦିନ ପାଇଁ ସିଲ୍ କରାଯାଇଥିଲା। ଅଗଷ୍ଟ ମାସରେ ନୂଆ ଗାଇଡ୍ଲାଇନ୍ ଆସିବା ପରେ ଦୁଇଥର ଚେତାବନୀ ଦେଇଥିଲା ବିଏମ୍ସି। ତେବେ ଆଜି ଶଟ୍ଡାଉନ୍ରେ କୋଭିଡ୍ କଟକଣା ନ ମାନି ପୁଣି ଏହି ମାଛ ମାର୍କେଟ ଖୋଲାଯାଇଥିବାରୁ ବିଏମ୍ସି ପକ୍ଷରୁ ସିଲ୍ କରାଯାଇଛି।