Categories: ଜାତୀୟ

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଦିଲ୍ଲୀରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ଖୋଜୁଛି ପୋଲିସ

ନୂଆଦିଲ୍ଲୀ,୮ ।୧୧: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ପୋଲିସ ଦିଲ୍ଲୀରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ଡାଟା ସଂଗ୍ରହ କରିବାରେ ଲାଗି ପଡିଛି । ଏହାସହ ଯେଉଁମାନଙ୍କର ଭିଜା ଅବଧି ଶେଷ ହେବା ପରେ ବି ସେମାନେ ଯିବାର ନାଁ ଧରୁ ନାହାନ୍ତି ସେମାନଙ୍କର ବି ଡାଟା ସଂଗ୍ରହ କରାଯାଉଛି । ତେବେ ରାଜଧାନୀରେ ଏମିତି ହଜାର ହଜାର ବିଦେଶୀ ରହୁଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଭିଜା ଅବଧି ଶେଷ ହୋଇ ଯାଇଥିବା ଜଣାପଡିଛି । ପାକିସ୍ତାନ ନାଗରିକ ମହମ୍ମଦ ଅଶରଫଙ୍କୁ ଗିରଫ କରାଯିବା ପରେ ପୋଲିସ ଏହି ପଦକ୍ଷେପ ନେଇଛି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଦେଶୀ ନାଗରିକଙ୍କୁ ଖୋଜିବା କାମ ଯୁଦ୍ଧ ସ୍ତରରେ ଚାଲିଛି । ତେବେ ଗୃହ ମନ୍ତ୍ରଣାଳର ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Share