ସୁବର୍ଣ୍ଣପୁର ୫।୯: ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରୁ ଜାଲନୋଟ ଜବତ ଘଟଣାରେ ଅଭିଯୁକ୍ତଙ୍କ ଘରେ ମଙ୍ଗଳବାର ପୁଣି ଯାଞ୍ଚ କରାଯାଇଛି। କ୍ରାଇମବ୍ରାଞ୍ଚ ଏସ୍ଟିଏଫ ଟିମ୍ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚ ଡିିଏସ୍ପିଙ୍କ ନେତୃତ୍ୱରେ ଏକ ଟିମ ମାତିଖାଇ ନୂଆବସ୍ତିରେ ପହଞ୍ଚି ଜାଲନୋଟ କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତ ଦୀପକ ମେହେରଙ୍କ ଘରେ ଛାନଭିନ୍ କରିଛି । ଅଭିଯୁକ୍ତଙ୍କ ଘରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରି ଆଧାର କାର୍ଡ, ଭୋଟର କାର୍ଡ, ଚେକ ବହି, ମୋବାଇଲ ସମେତ ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିବା ଜଣାପଡିଛି ।