ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ୍ରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଏହା ଘଟିଛି। ଶହୀଦ୍ ହୋଇଥିବା ଯବାନ ହେଉଛନ୍ତି କନେଷ୍ଟଳ ସୁଦୀପ୍ ସରକାର। ଏଠାରେ ଭାରତୀୟ ସେନା ଏବଂ ବିଏସ୍ଏଫ୍ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେଶନ୍ ଜାରି ରହିଛି। କିଛି ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଖବର ମିଳିବା ପରେ ଏଠାରେ ଘେରାବନ୍ଦୀ କରାଯାଇଥିଲା। ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।