ଜାପାନର ଜଣେ ୫୪ ବର୍ଷୀୟ ବ୍ୟକ୍ତି ଗତ ୧୦ ବର୍ଷ ହେଲା ହଜିଯାଇଥିବା ସ୍ତ୍ରୀଙ୍କୁ ସମୁଦ୍ର ପାଣିରେ ଖୋଜୁଛନ୍ତି। ୟାସୁଓ ତାକାମାତ୍ସୁଙ୍କ ସ୍ତ୍ରୀ ୟୁକୋ ୨୦୧୧ରେ ଜାପାନରେ ଆସିଥିବା ସୁନାମୀରେ ନିଖୋଜ ହୋଇଯାଇଥିଲେ। ୟାସୁଓ ତାଙ୍କ ସ୍ତ୍ରୀଙ୍କୁ ଖୋଜିବା ପାଇଁ ଅଣ୍ଡରଓ୍ବାଟର ଡ୍ରାଇଭିଂ ଲାଇସେନ୍ସ ବି ପାଇଛନ୍ତି। ସେ ଗତ ୭ ବର୍ଷ ହେଲା ଏକୁଟିଆ ଅଣ୍ଡରଓ୍ବାଟର ଡ୍ରାଇଭ କରିଆସୁଛନ୍ତି।
ସୁନାମୀରେ ଜାପାନର ଅଢ଼େଇ ହଜାର ଲୋକ ନିଖୋଜ ହୋଇଯାଇଥିଲେ। ସେହିଦିନଠାରୁ ଜାପାନ ପ୍ରଶାସନ ଅଣ୍ଡରଓ୍ବାଟର ଅନୁସନ୍ଧାନ ଜାରି ରଖିଛି। ସ୍ଥାନୀୟ ପ୍ରଶାସନ ପ୍ରତି ମାସରେ ଖୋଜିବା ଅଭିଯାନ ଆରମ୍ଭ କରୁଛି। ବର୍ତ୍ତମାନ ସୁଦ୍ଧା ପାଣିରୁ କପଡ଼ା, ଆଲବମ୍ ପରି କେତେକ ଜିନିଷ ମିଳିଛି। ମାତ୍ର ଏବେ ଯାଏ ୟାସୁଓ ତାଙ୍କୁ ସ୍ତ୍ରୀଙ୍କୁ ଖୋଜି ପାଇପାରିନାହାନ୍ତି।