ଚଳିତ ସିଜିନର ପ୍ରଥମ ଆମ୍ବ : ଝୁଡିର ଦାମ ୩୧ ହଜାର ଟଙ୍କା

ପୁଣେ,୧୨ ।୨: ଆମ୍ବକୁ ଭଲ ପାଉଥିବା ଲୋକେ ଏହାକୁ ଯେ କୌଣସି ଦାମରେ କିଣି ପାରନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁଣେ ବଜାରରେ ପୁଣେର ଏକ ମଣ୍ଡିକୁ ଚଳିତ ସିଜନର ପ୍ରଥମ ଆମ୍ବ ଶୁକ୍ରବାର ପହଞ୍ଚିଥିଲା । ଏହାର ପ୍ରଜାତି ଥିଲା ହାପୁସ । ଏହା ମାର୍କେଟରେ ପହଞ୍ଚିବା ପରେ ନିଲାମ ଡକାଯାଇଥିଲା । ଗୋଟିଏ ଝୁଡି ଆମ୍ବ କିଣିବାକୁ ନିଲାମ ଡକାଯାଇଥିଲା । ଶେଷରେ ଆମ୍ବ ଝୁଡିଟି ୩୧ ହଜାର ଟଙ୍କାରେ ନିଲାମ ହୋଇ ଯାଇଥିଲା । ଆମ୍ବବ ବ୍ୟବସାୟୀ କହିଛନ୍ତି ଏହି ହାପୁସ ଆମ୍ବର ଦାମ ୫୦ ବର୍ଷ ମଧ୍ୟରେ ଏତେ ହୋଇ ନ ଥିଲା । ଏହି ଆମ୍ବ ଦେବଗଡ଼ ରତ୍ନାଗୀରିରୁ ଚଳିତ ସିଜନର ପ୍ରଥମ ଆମ୍ବ ଭାବେ ମଣ୍ଡିରେ ପହଞ୍ଚିଥିଲା । ସୂଚନାଯୋଗ୍ୟ, ଆମ୍ବ ମାର୍କେଟରେ ପହଞ୍ଚିବା ପରେ ପରେ ଏହାକୁ କିଣିବାକୁ ଲୋକଙ୍କର ଭିଡ ଲାଗିଥିଲା । ଏହାକୁ ଦେଖି ବ୍ୟବସାୟୀ ଏହାର ନିଲାମ କରିବା କଥା ଚିନ୍ତା କରିଥିଲେ ଆଉ ଶେଷରେ ଏହି ଆମ୍ବକୁ ୩୧ ହଜାର ଟଙ୍କାରେ ନିଲାମ କରାଯାଇଥିଲା । ଏହା ପୂର୍ବରୁ ଥରେ ହାପୁସ ଆମ୍ବ ୨୧ ହଜାର ଟଙ୍କାରେ ବିକ୍ରି ହୋଇଥିବା ବେଳେ ଆଉ ଥରେ ୧୮ ହଜାର ଟଙ୍କାରେ ବିକ୍ରି ହୋଇଥିଲା । ହେଲେ ଚଳିତ ବର୍ଷ ଏହା ସର୍ବାଧିକ ଦାମରେ ବିକ୍ରି ହୋଇଛି ।

Share