Categories: ଜାତୀୟ

କରୋନା ଯୋଦ୍ଧାଙ୍କ ପିଲା ପାଇବେ ଏମ୍‌ବିବିଏସ୍ ପାଠ୍ୟକ୍ରମରେ ସ୍ୱତନ୍ତ୍ର ସୁବିଧା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ ।୧୧: ଦେଶରେ କରୋନା ମହାମାରୀ ସମୟରେ ଆଗଧାଡିର ଯୋଦ୍ଧାଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ବ୍ୟାଚେଲର ଅଫ୍ ମେଡିସିନ ଆଣ୍ଡ ବ୍ୟାଚେଲର ଅଫ୍ ସର୍ଜରୀ(ଏମ୍‌ବିବିଏସ୍‌) ପାଠ୍ୟକ୍ରମରେ କରୋନା ଯୋଦ୍ଧାଙ୍କ ପିଲାଙ୍କ ପାଇଁ ସ୍ଥାନ ସଂରକ୍ଷର ବା ରିଜରର୍ଭେସନ ସୁବିଧା ଦିଆଯିବ । ସେ କହିଛନ୍ତି ଡାକ୍ତର, ନର୍ସ, ଆଶାକର୍ମୀଙ୍କ ଭଳି କରୋନା ଯୋଦ୍ଧାଙ୍କ ପିଲାମାନଙ୍କ କ୍ଷେତ୍ରରେ ଏହା ଲାଗୁ କରାଯିବ । ସେମାନଙ୍କ ମେରିଟ ଅନୁଯାୟୀ ଏହି ସୁବିଧା ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ୨୦୨୦-୨୧ ବର୍ଷ ପାଇଁ ସେଣ୍ଟ୍ରାଲ ପୁଲ ଏମ୍‌ବିବିଏସ୍‌/ବିଡିଏସ୍ ସିଟ୍ ଅନ୍ତର୍ଗତ ‘ୱାର୍ଡ ଅଫ୍ କୋଭିଡ ୱାରିୟର୍ସ’ରୁ ପ୍ରାର୍ଥୀ ଚୟନ ଏବଂ ନାମାଙ୍କନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂତନ ବର୍ଗ ଅନୁମୋଦନ କରିଛି । କର୍ତ୍ତବ୍ୟନିଷ୍ଠ ଭାବେ ସେବା କରୁଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗିକୃତ ବଳିଦାନକୁ ଏହା ସମ୍ମାନୀତ କରିବ ବୋଲି ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି ।

Share