ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା ଚୋରି ଘଟଣାରେ ଗଞ୍ଜାମ ପୋଲିସକୁ ବଡ ସଫଳତା ମିଳିଛି। ନିଜେ ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ୯ ଦିନର ତଦନ୍ତ ପରେ ଚୋରଙ୍କୁ ଠାବ କରିବାରେ ସଫଳ ହୋଇଛନ୍ତି। ଏହି ଘଟଣାର ଗୁରବାର ପୋଲିସ ଫର୍ଦ୍ଦାଫାସ କରିଛନ୍ତି।

ଯାହାଦ୍ୱାରା ଅଞ୍ଚଳରେ ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତଘଟିଛି। ଲୋକଙ୍କ ସନ୍ଦେହକୁ ନେଇ ଏକମାତ୍ର ଧରିତ୍ରୀରେ ପ୍ରକାଶିତ ଖବର ସତ୍ୟ ହୋଇଛି। ପୋଲିସ ଚାରିଜଣ ସେବାୟତ ଓ ଦୁଇଜଣ ସୁରକ୍ଷାକର୍ମୀଙ୍କୁ (ରାତ୍ରଜଗୁଆଳ)ଙ୍କୁ ଗୁରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହାସହ ସେମାନଙ୍କ ନିକଟରୁ ହୁଣ୍ଡିରୁ ଚୋରାଇ ନେଇଥିବା ୩୯ ହଜାର ଟଙ୍କା ସହ ଘଟଣାରେ ବ୍ୟବହୃତ ଇଲେକ୍ଟ୍ରି କଟର,ତାର,ତିନିଟି ମୋଟର ସାଇକେଲ,ତିନିଗୋଟି ମୋବାଇଲଫୋନ, ମଦ ବୋତଲକୁ ଜବତ କରିଛନ୍ତି।

ଗିରଫ ଯୁବକ ମାନେ ହେଲେ ମାଙ୍କ ସେବାୟତ ପ୍ରତାପୁର ଗ୍ରାମର ଗୌତମ ରଣା(୨୮) ଓ ଗୋବିନ୍ଦପୁର ଗ୍ରାମର ଅମୁଲ୍ୟ ରଣା(୨୮) ବିକାଶ ରଣା (୨୦) ରବିନ କୁମାର ରଣା( ୨୫) ଓ ରାତ୍ର ଜଗୁଆଳ ରାଇପୁର ଗ୍ରାମର କାଳିଆ ଦାସ (୩୫) ବଳିଆ ଓରଫ ବଳରାମ ନାହାକ (୪୫)। ଏନେଇ ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଓ ଆଇଆଇସି ବିପିନ ବିହାରି ହୋତା ଖବରଦାତା ସମ୍ମୀଳନିରେ କହିଛନ୍ତି ଯେ ମନ୍ଦିର ସେବାୟତ ତପନକୁମାର ରଣା ଗତ ୬ ତାରିଖ ସକାଳେ ତାରାତାରିଣୀଙ୍କ ମନ୍ଦିରରୁ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

କେସ ନଂ ୭୩୯/୨୪ ଉପରେ ତଦନ୍ତ ଚାଲିଥିବା ବେଳେ ରାତ୍ର ଜଗୁଆଳ କାଳିଆ ଦାସକୁ ସନ୍ଦେହରେ ପୋଲିସ ଉଠାଇ ଆଣି ପଚାରାଉଚରା କରିବା ବେଳେ ସେ ଘଟଣା ସମ୍ପର୍କରେ ସ୍ୱୀକାର କରିଥିଲା। ଏହି ଆଧାରରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଆଣି ପଚାରିବା ବେଳେ ସେମାନେ ଚୋରି କରିଥିବାନେଇ ସ୍ୱୀକାର କରିବା ସହ କିଭଳି ଚୋରି କରିଛନ୍ତି ତାହା ବର୍ଣନା କରିଥିଲେ। ସେମାନଙ୍କ ଠାରୁ ବ୍ୟବହୃତ ଜିନିସ ଓ ଚୋରି ଟଙ୍କାକୁ ଜବତ କରାଯାଇଥିଲା। ଯାହାକି କାଳିଆ ଠାରୁ କଟର ମେସିନ, ବଳିଆ ଠାରୁ ଇଲେକ୍ଟ୍ରି ତାର, ଅମୁଲ୍ୟଠାରୁ ୨୧ ହଜାର ଟଙ୍କା ଓ ରବିନ ଠାରୁ ୧୮ ହଜାର ଟଙ୍କା ଜବତ କରିବା ସହ ସେମାନେ ବ୍ୟବହୃତ ୩ ଟି ମୋଟର ସାଇକେଲକୁ ଜବତ କରାଯାଇଛି।

ତେବେ ଅଳଙ୍କାର ସମ୍ପର୍କରେ ଏମାନେ କୌଣସି ସୂଚନା ଦେଇ ନାହାନ୍ତି। ଏହାକୁ ନେଇ ପୁଣି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଅଣାଯିବ। ଘଟଣାର ଆହୁରି ତଦନ୍ତ ଚାଲିଥିବା ଏସଡିପିଓ ରଜନିକାନ୍ତ ସାମଲ କହିଛନ୍ତି। ସୂଚନାଯୋଗ୍ୟ ଏହି ଘଟଣା ପରେ ମନ୍ଦିର ସ୍ଥିତିକୁ ନେଇ ସେବାୟତଙ୍କ ଭୂମିକା ସଂଦେହ ଜନକ ହୋଇପଡିଥିବା ସହ ଲୋକେ କିଛି ସେବାୟତ ଓ ସୁରକ୍ଷା କର୍ମଚାରୀଙ୍କ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଠି ଉଠାଇ ଚର୍ଚ୍ଚା କରିବାରେ ଲାଗିଥିଲେ। ଏହାକୁ ନେଇ ଏକ ମାତ୍ର ଧରିତ୍ରୀ ପୋର୍ଟଲାରେ ଗତ ୮ ତାରିଖରେ ଏକ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଯାହାକି ଲୋକଙ୍କ ସନ୍ଦେହର ଚର୍ଚ୍ଚା ବର୍ତ୍ତମାନ ସତ୍ୟ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri