କିଶୋର ବିୟାନୀଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ, ୪ା୨:  ଆମେରିକାର ପ୍ରମୁଖ କମ୍ପାନୀ ଆମାଜନ ସହ ବିବାଦରେ ଫସିଥିବା ଫ୍ୟୁଚର ଗ୍ରୁପ୍‌ର ମୁଖ୍ୟ ନିର୍ବାହୀ କିଶୋର ବିୟାନୀଙ୍କୁ ବଡ଼ ଝଟକା ଲାଗିଛି। ଦେଶର ଶେୟାର ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) କିଶୋର ବିୟାନୀ ଏବଂ ତାଙ୍କ ଭାଇ ଅନୀଲଙ୍କୁ ସିକ୍ୟୁରିଟି ବଜାରରେ ଭାଗନେବାରୁ ବ୍ୟାନ୍‌ ଲଗାଇଛନ୍ତି। ଫ୍ୟୁଚର ଗ୍ରୁପ୍‌ର ରିଟେଲ କମ୍ପାନୀ ଫ୍ୟୁଚର ରିଟେଲ ଶେୟାରରେ ଇନ୍‌ସାଡର ଟ୍ରେଡିଂର ଯାଞ୍ଚ ପରେ ସେବି ଏଭଳି ପ୍ରତିବନ୍ଧକ ଲଗାଇଥିବା ଜଣାପଡିଛି। ମାର୍ଚ୍ଚ ଏବଂ ଏପ୍ରିଲ ୨୦୧୭ରେ କମ୍ପାନୀ ଏଭଳି ବେଆଇନ କାର୍ଯ୍ୟକଳାପରେ ସାମିଲ ରହିଥିବା ଅଭିଯୋଗ ଆସିଥିଲା। ଏହି ଆଧାରରେ ସେବି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ନିର୍ଦ୍ଦେଶ ମୁତାବକ, ବିୟାନୀ ଆଗାମୀ ୨ ବର୍ଷ ଯାଏ ଫ୍ୟୁଚର ରିଟେଲର ସିକ୍ୟୁରିଟିକୁ କ୍ରୟ ବିକ୍ରୟ କିମ୍ବା ଡିଲ୍‌ କରିପାରିବେ ନାହିଁ। ସେବି ଏହାର ଯାଞ୍ଚରେ ପାଇଛି ଯେ, ବିୟାନୀ ଫ୍ୟୁଚର କର୍ପୋରେଟ ସିକ୍ୟୁରିଟିଜ ପ୍ରାଇଭେଟ ଲିମିଟେଡ୍‌ ନାମରେ ଏକ ଟ୍ରେଡିଂ ଆକାଉଣ୍ଟ ଖୋଲିଥିଲେ। ଫ୍ୟୁଚର ରିଟେଲ କମ୍ପାନୀର ଡିମର୍ଜର ନିଷ୍ପତ୍ତି ସାର୍ବଜନୀନ ହେବା ପୂର୍ବରୁ ଏହି ଆକାଉଣ୍ଟ ଦ୍ୱାରା କମ୍ପାନୀ ଶେୟାରକୁ କିଣାବିକା କରାଯାଇଥିଲା। ସେବି ଫ୍ୟୁଚର କର୍ପୋରେଟ ସିକ୍ୟୁରିଟିଜ ଏବଂ ବିୟାନୀ ଭ୍ରାତାଙ୍କ ଉପରେ କୋଟିଏ ଟଙ୍କା ଲେଖାଏ ଜରିମାନା ଲଗାଇଛନ୍ତି। ୪୫ ଦିନ ମଧ୍ୟରେ ଜରିମାନା ରାଶି ପ୍ରଦାନ କରିବାକୁ କୁହାଯାଇଛି। ବିୟାନୀ ଫ୍ୟୁଚର ଗ୍ରୁପ୍‌ର ରିଟେଲ ଏବଂ ହୋଲ୍‌ସେଲ କାରବାରକୁ ଗତବର୍ଷ ମୁକେଶଙ୍କ ରିଲାଏନ୍ସ ରିଟେଲକୁ ବିକ୍ରି କରିବା ଲାଗି ଡିଲ୍‌ କରିଥିଲେ। ଏହି ଡିଲ୍‌କୁ ଆମାଜନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ଫ୍ୟୁଚର ରିଟେଲ- ରିଲାଏନ୍ସ ଡିଲ୍‌ ଉପରେ ରୋକ
ଫ୍ୟୁଚର ରିଟେଲ ଏବଂ ରିଲାଏନ୍ସ ଡିଲ୍‌କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ରୋକ ଲଗାଇଛନ୍ତି। ସଙ୍ଗାପୁର ଇଣ୍ଟରନ୍ୟାଶନାଲ ଆର୍ବିଟ୍ରେଶନ ଦ୍ୱାରା ପ୍ରଦାନ କରାଯାଇଥିବା ଏମର୍ଜେନ୍ସି ଆଓ୍ବାର୍ଡ ଭାରତ ଲାଗି ମଧ୍ୟ କାର୍ଯ୍ୟକାରୀ ହେବ ବୋଲି କୋର୍ଟ କହିଛନ୍ତି। ୨୪,୭୩୧ କୋଟି ଟଙ୍କାରେ ଏହି ଡିଲ୍‌ ହୋଇଥିବା ବେଳେ ଏଥିରେ ଆଗକୁ ନ ବଢିବା ଲାଗି ଫ୍ୟୁଚର ଗ୍ରୁପ୍‌କୁ ନିର୍ଦ୍ଦେଶ ରହିଛି। ଆଗାମୀ ନିର୍ଦ୍ଦେଶ ନ ଆସିବା ଯାଏ ଏହି ଡିଲ୍‌ ଆଗକୁ ବଢ଼ିପାରିବ ନାହିଁ। ପିଟିଶନକାରୀ ଆମାଜନ ଅଧିକାରକୁ ରକ୍ଷା କରିବା ଦିଗରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଅଫର ପକ୍ଷରେ ଏହି ଡିଲ୍‌ ଅଟକିଲେ ରିଟେଲ କାରବାର ଆଗକୁ ବଢାଇବା କଷ୍ଟକର ବୋଲି ଫ୍ୟୁଚର ଗ୍ରୁପ୍‌ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Sahara Refund: ଫେରିବ ସାହାରା ଟଙ୍କା, ନୂଆ ଲିଷ୍ଟ ଜାରି କଲା କମ୍ପାନୀ, ଆପଣଙ୍କର ଅଛି କି ନାଁ

ନୂଆଦିଲ୍ଲୀ,୧୪।୩:ସାହାରା ଇଣ୍ଡିଆରେ ନିବେଶ କରିଥିବା ନିବେଶକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏହି ନିବେଶ କମ୍ପାନୀର ନିବେଶ କରିଥିବା ବ୍ୟକ୍ତିଙ୍କୁ ଖୁବଶୀଘ୍ର ଟଙ୍କା...

ମହଙ୍ଗା ମାଡରେ ଯୁଝୁଛି ଏହି ରାଜ୍ୟ, ନାଁ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୧୪।୩: ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଥିଲେ ମଧ୍ୟ, ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO)ର ତଥ୍ୟ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରୁ...

ମାର୍ଚ୍ଚରେ ଦେଶବ୍ୟାପୀ ଦୁଇଦିନ ବ୍ୟାଙ୍କ ବନ୍ଦ, ଆଗରୁ ସାରି ଦିଅନ୍ତୁ ସବୁ କାମ

ନୂଆଦିଲ୍ଲୀ,୧୪ା୩: ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଗୁରୁବାର ଘୋଷଣା କରିଛି ଯେ ଏହାର ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ମାର୍ଚ୍ଚ ୨୪ ଏବଂ...

ଇଭି ଗାଡ଼ି ମାଲିକମାନଙ୍କୁ ସବସିଡିରେ ମିଳିଛି ₹୨୩୨.୪୫ କୋଟି ଟଙ୍କା

ଭୁବନେଶ୍ୱର,୧୪ା୩: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସବସିଡି ବଣ୍ଟନ ତଥ୍ୟରୁ ଜଣାପଡିଛି ଯେ ଓଡ଼ିଶାରେ ପଞ୍ଜିକୃତ ଇଲେକ୍ଟ୍ରିକ୍ ଯାନ (ଇଭି)...

ହୋଲିରେ ପୁଣି ବଢ଼ିଲା ସୁନା ଦର, କେତେ ଟଙ୍କାରେ ପହଞ୍ଚିଲା ଜାଣନ୍ତୁ…

ନୂଆଦିଲ୍ଲୀ,୧୩ା୩: ଦିଲ୍ଲୀରେ ସୁନା ଦର ଗୁରୁବାର ୧୦ ଗ୍ରାମ୍‌ ପ୍ରତି ୬୦୦ ଟଙ୍କା ବୃଦ୍ଧି ପାଇ ସର୍ବାଧିକ ୮୯,୪୫୦ ଟଙ୍କାରେ ପହଞ୍ଚିଛି। ବୁଧବାର ୯୯.୯ ପ୍ରତିଶତ...

ବୀମା ବଜାରରେ ପତଞ୍ଜଳି ଆୟୁର୍ବେଦର ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୩: ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଏବେ ବୀମା କ୍ଷେତ୍ରରେ ପ୍ରବେଶ କରିଛି। କମ୍ପାନୀ ମାଗ୍‌ମା ଜେନେରାଲ ଇନସୁରାନ୍ସର ଏକ ପ୍ରମୁଖ ଅଂଶଧନ...

୧୦ଟଙ୍କାରେ କିଣିଥିଲେ ଶେୟାର, ୩୭ବର୍ଷ ପରେ ମିଳିଲା କବାଡିରୁ, ବର୍ତ୍ତମାନର ଦାମ୍‌ ୧୨ଲକ୍ଷରୁ ଅଧିକ…

ଭାଗ୍ୟର କୌଣସି ଗ୍ୟାରେଣ୍ଟି ନାହିଁ ଏବଂ ଆପଣଙ୍କ ଭାଗ୍ୟ ଯେକୌଣସି ସମୟରେ ପରିବର୍ତ୍ତନ ହୋଇପାରେ। ଚଣ୍ଡିଗଡ଼ର ରତନ ଢିଲୋଙ୍କ ସହିତ ମଧ୍ୟ ସମାନ କିଛି ଘଟିଛି।...

୧୦୦୦ ଟଙ୍କା ପାଇଁ ୫୧ ଲକ୍ଷ ଟଙ୍କା ହରାଇଲେ ମହିଳା: ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୩।୩: ଆଜିକାଲି ସୋସିଆଲ ମିଡିଆ ଯୁଗରେ ସବୁକିଛି ଅନଲାଇନରେ ଘଟୁଛି। ପୋଷାକ କିଣିବା ଠାରୁ ଆରମ୍ଭ କରି ବାହାରକୁ ଯିବା ପାଇଁ କ୍ୟାବ ବୁକ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image