Categories: ବାଣିଜ୍ୟ

କଟକଣା ଜାରି କଲା ସେବି

ନୂଆଦିଲ୍ଲୀ,୧୩।୨: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି) ପକ୍ଷରୁ ନିକଟରେ ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ଅନିଲ ଅମ୍ବାନୀଙ୍କ ସମେତ ଅନ୍ୟ ୩ ସଦସ୍ୟଙ୍କ ଉପରେ କଟକଣା ଜାରି କରିଛି। ସେବିର ରିପୋର୍ଟ ଅନୁସାରେ ଅନିଲ ଓ ତାଙ୍କ କମ୍ପାନୀ ରିଲାଏନ୍ସ ହୋମ୍‌ ଫାଇନାନ୍ସ ଲିମିଟେଡ୍‌ ବିରୋଧରେ ଆର୍ଥିକ ଠକେଇ ଅଭିଯୋଗ ହୋଇଥିଲା। ତେଣୁ ଉଭୟଙ୍କ ଉପରେ ଶେୟାର ମାର୍କେଟରେ କାରବାର ଉପରେ ସେବି କଟକଣା ଲାଗୁ କରିଛି। ଏହି କଟକଣା ଆଗାମୀ ୩ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି। ସେହିପରି ଅମିତ୍‌ ବାପନା, ରବୀନ୍ଦ୍ର ସୁଧାକର ଓ ପିଙ୍କେଶ ଆର ଶାହଙ୍କ ଉପରେ ମଧ୍ୟ ସମାନ କଟକଣା ଜାରି ହୋଇଛି। ନିୟାମକ ସେମାନଙ୍କୁ କୌଣସି ତାଲିକାଭୁକ୍ତ କମ୍ପାନୀ, ଷ୍ଟକ୍‌ ମାର୍କେଟ ମଧ୍ୟସ୍ଥ କିମ୍ବା ଯେକୌଣସି ସାର୍ବଜନୀନ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ବାରଣ କରିଛି। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ ବୋଲି ସେବି ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶରେ କହିଛି।

Share