ସେବି ପ୍ରକାଶ କଲା ଚାଞ୍ଚଲ୍ୟକର ତଥ୍ୟ, ହିମାଳୟ ବାବାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ଏନ୍‌ଏସ୍‌ଇର ପୂର୍ବତନ ଅଧ୍ୟକ୍ଷା…

ମୁମ୍ବାଇ, ୧୨।୨ : ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ(ସେବି)ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରାଯାଇଛି। ନ୍ୟାଶନାଲ ଷ୍ଟକ୍‌ ଏକ୍ସେଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ପୂର୍ବାତନ ଅଧ୍ୟକ୍ଷା ତଥା ସିଇଓ ଚିତ୍ରା ରାମକୃଷ୍ଣ ଜଣେ ହିମାଳୟ ବାବାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ନିଷ୍ପତ୍ତି ଗ୍ରହଣ କରୁଥିଲେ।

ବାବାଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରା ଆନନ୍ଦ ସୁବ୍ରମଣ୍ୟମଙ୍କୁ ସମୁହ ପରିଚାଳନାର ଅଧିକାରୀ ଏବଂ ପ୍ରବନ୍ଧ ନିର୍ଦ୍ଦେଶକର ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ।

ନିଯୁକ୍ତି ପ୍ରକ୍ରିୟାରେ ଚିତ୍ରା ପ୍ରତିଭୁତି ଅନୁବନ୍ଧ ନିୟମର ଉଲଂଘନ କରିଥିଲେ।

Share