Categories: ବାଣିଜ୍ୟ

ସୁପ୍ରିମକୋର୍ଟରେ ସେବିର ଅପିଲ; ୬୨ ହଜାର କୋଟି ଜମା ଲାଗି ସାହାରାକୁ ନିର୍ଦ୍ଦେଶ ଦିଆଯାଉ

ମୁମ୍ବାଇ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଏବଂ ସାହାରା ମାମଲାରେ ଆଉ ଏକ ନୂଆ ମୋଡ ଦେଖିବାକୁ ମିଳିଛି। ନିକଟରେ ସେବି ସାହାରା ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଅପିଲ କରିଛି। ସାହାରା ଗ୍ରୁପ ୬୨ ହଜାର କୋଟି ଟଙ୍କା ପଇଠ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେବି ନିବେଦନରେ କହିଛି। ନିବେଶକଙ୍କ ଏହି ରାଶି ସୁବ୍ରତ ରୟଙ୍କ କମ୍ପାନୀ ଉପରେ ରହିଥିବାଏହି ଏଜେନ୍ସି ଅଭିଯୋଗ କରିଛି। ସୁବ୍ରତ ଯଦି ଏହି ଅର୍ଥ ଜମା ନ କରନ୍ତି ତେବେ ତାଙ୍କୁ ହାଜତକୁ ନେବା ଲାଗି ଅନୁମତି ମିଳୁ। କୋର୍ଟ ୨୦୧୨ ଏବଂ ୨୦୧୫ରେ କହିଥିଲେ ଯେ, ସାହାରା ଗ୍ରୁପ ନିବେଶଙ୍କ ଅର୍ଥ ୧୫% ସୁଧ ସହିତ ଫେରାଉ। ଏହି ଅର୍ଥକୁ ସେବି ନିକଟରେ ଜମା ଦେବାକୁ ନିର୍ଦ୍ଦେଶ ରହିଥିଲା। ୮ ବର୍ଷ ପରେ ମଧ୍ୟ ସାହାରା ଗ୍ରୁପ ଏହି ନିର୍ଦ୍ଦେଶକୁ ପାଳନ କରିବା ଲାଗି ସକ୍ଷମ ହୋଇ ନ ଥିବା ଆବେଦନରେ କୁହାଯାଇଛି। ଏହି ମାମଲାରେ ପୂର୍ବରୁ ସୁବ୍ରତ ରୟ କିଛି ଦିନ ଜେଲରେ ରହିବା ପରେ ୨୦୧୬ରେ ଜାମିନରେ ବାହାରକୁ ଆସିଛନ୍ତି।

Share