Categories: ଜାତୀୟ

ଓଡ଼ିଶାରେ ଦ୍ୱିତୀୟ ଏମ୍ସ: କେନ୍ଦ୍ର କହିଲା ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ, ୪ା୮: ଓଡ଼ିଶାର ସୁନ୍ଦରଗଡ଼ ସହରରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁଇ ବର୍ଷ ଧରି ଏ ନେଇ କେନ୍ଦ୍ରକୁ ଚିଠି ଲେଖି ଆସୁଛନ୍ତି। କିନ୍ତୁ ଏପରି କୌଣସି ପ୍ରସ୍ତାବ ନାହିଁ କହି ରାଜ୍ୟକୁ ନିରାଶ କରିଛି କେନ୍ଦ୍ର। ରାଜ୍ୟ ସଭାରେ ବିଜେଡି ସଦସ୍ୟ ସସ୍ମିତ ପାତ୍ର ମଙ୍ଗଳବାର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟଠାରୁ ଜାଣିବାକୁ ଚାହିଁଥିଲେ। ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ବାର ଉତ୍ତର ରଖି କହିଥିଲେ, ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମ୍‌ଏସ୍‌ଏସ୍‌ଓ୍ବାଇ) ଅଧୀନରେ ଦେଶର ୨୨ ସହରରେ ନୂଆ ଏମ୍ସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦିଆଯାଇଛି।

ବର୍ତ୍ତମାନ ଭୁବନେଶ୍ୱର ଏମ୍ସ ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବାବେଳେ ବାଲେଶ୍ୱରରେ ଏହାର ସାଟେଲାଇଟ ସେଣ୍ଟରକୁ ଅନୁମୋଦନ କରାଯାଇଛି। ଓଡ଼ିଶା ସରକାର କେନ୍ଦ୍ରକୁ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ରେ ଆଉ ଏକ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅନୁରୋଧ କରିଛନ୍ତି। ତେବେ ଏ ନେଇ କେନ୍ଦ୍ର ନିଷ୍ପତ୍ତି ନେଇ ନ ଥିବା ସେ ଗୃହକୁ ଅବଗତ କରାଇଛନ୍ତି।

Share