ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟୋପରାଗ ଆସନ୍ତା ଡିସେମ୍ବର ୪ରେ ସଙ୍ଗଠିତ ହେବ। ପ୍ରଥମ ପରାଗ ଗତ ଜୁନ୍ ୧୦ରେ ହୋଇଥିଲା। ତାହା ଏକ ବଳୟ ସୂର୍ଯ୍ୟୋପରାଗ ଥିଲା। ତେବେ ଡିସେମ୍ବରରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଘଟିବ। ହେଲେ ଏହା ଭାରତ ତଥା ଓଡ଼ିଶାକୁ ଦୃଶ୍ୟମାନ ହେବ ନାହିଁ। ଏହି ପରାଗଟି ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ପୂର୍ଣ୍ଣରୂପେ ଓ ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ଆଂଶିକ ରୂପେ ଦେଖାଯିବ। ଭାରତୀୟ ସମୟ ଅନୁଯାୟୀ ସୂର୍ଯ୍ୟୋପରାଗ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇ ଅପରାହ୍ନ ୩ଟା ୭ ବେଳକୁ ଶେଷ ହେବ। ଅପରାହ୍ନ ୧ଟା ୩ରେ ସର୍ବାଧିକ ପରାଗ ଘଟିବ। ବିଭିନ୍ନ ସ୍ଥାନରେ ପରାଗର ସମୟ ଭିନ୍ନ ରହିବ। ତେବେ ୨୦୨୨ରେ ୨ଟି ସୂର୍ଯ୍ୟୋପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ ହେବ। ଆସନ୍ତା ବର୍ଷ ଅକ୍ଟୋବର ୨୫ରେ ପରାଗ ଓ ନଭେମ୍ବର ୮ରେ ଚନ୍ଦ୍ର ଗ୍ରହଣ ଦେଖାଯିବ।