Categories: ଜାତୀୟ

ସୋନିଆଙ୍କୁ ମିଳିପାରେ ବିରୋଧୀ ସାମ୍ମୁଖ୍ୟର ଅଧ୍ୟକ୍ଷ, ନୀତୀଶଙ୍କୁ ସଂଯୋଜକ

ବେଙ୍ଗାଲୁରୁ,୧୮।୭: ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀ ଦଳର ବୈଠକରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଏହି ବୈଠକରେ ଶରଦ ପାୱାର ମଧ୍ୟ ଯୋଗଦେବେ। ବିରୋଧୀଙ୍କ ଏହି ବୈଠକର ଆଜି ହେଉଛି ଦ୍ୱିତୀୟ ଦିନ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହା ସହିତ ଏହାର ନାମ, ନେତୃତ୍ୱ ଏବଂ ଟ୍ୟାଗ ଲାଇନ ମଧ୍ୟ ସ୍ଥିର ହେବ। ଗତ ସାରେ ଆରମ୍ଭ ହୋଇଥିବା ବୈଠକରେ ୨୦୨୪ ପାଇଁ ବିରୋଧୀ ଦଳର ନାମ କ’ଣ ହେବା ଉଚିତ୍‌,ତାହା ସମସ୍ତ ପକ୍ଷଙ୍କଠାରୁ ପରାମର୍ଶ ନିଆଯାଇଥିଲା। ବିରୋଧୀ ସାମ୍ମୁଖ୍ୟର ନୂତନ ନାମରେ ଇଣ୍ଡିଆ ଶବ୍ଦ ରହିବା ଆବଶ୍ୟକ। ବିରୋଧୀ ସାମ୍ମୁଖ୍ୟର ଟ୍ୟାଗଲାଇନ ୟୁନାଇଟେଡ ଉଇ ଷ୍ଟାଣ୍ଡ। ତେବେ ନୂତନ ସାମ୍ମୁଖ୍ୟର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ସଂଯୋଜକ ନୀତୀଶ କୁମାରଙ୍କୁ କରାଯାଇପାରେ।

Share