ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତର ମିଳିଲା ସନ୍ଧାନ…

ମେକ୍ସିକୋ ସିଟି,୨୭।୪ : ବୈଜ୍ଞାନିକମାନେ ମେକ୍ସିକୋର ୟୁକାଟାନ ଉପଦ୍ୱୀପ ଉପକୂଳରେ ପୃଥିବୀର ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତ ଆବିଷ୍କାର କରିଛନ୍ତି। ବ୍ଲୁ ହୋଲ ଚେଟୁମାଲ ବେ’ର ଜଳ ତଳେ ଅବସ୍ଥିତ, ପ୍ରାୟ ୮୦୦ ଫୁଟ ଗଭୀରରେ ଏବଂ ୧୪୭,୦୦୦ ବର୍ଗଫୁଟ ଅଞ୍ଚଳରେ ବ୍ୟାପିଛି। ବୈଜ୍ଞାନିକମାନେ ଏ ସମ୍ବନ୍ଧରେ କିଛି ତଥ୍ୟ ଉପସ୍ଥାପନ କରିଛନ୍ତି।

ସମୁଦ୍ରର ତଳ ଭାଗରେ ମିଳୁଥିବା ବଡ଼ ବଡ଼ ସିଙ୍କ ଗର୍ତ୍ତ କିମ୍ବା ଭୂଲମ୍ବ ଗୁମ୍ଫାକୁ ନୀଳ ଗର୍ତ୍ତ କୁହାଯାଏ। ଏହାର ନିଜସ୍ବ ଜୈବ ବିବିଧତା ଅଛି, ଯେଉଁଠାରେ ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ଜୀବଜନ୍ତୁ ବାସ କରନ୍ତି। ମେକ୍ସିକୋର ଚେଟୁମାଲରେ ଆବିଷ୍କୃତ ହୋଇଥିବା ନୀଳ ଗର୍ତ୍ତର ନାମ ‘ତାମ ଜା’ ରଖାଯାଇଛି। ଏହାର ଶବ୍ଦର ଅର୍ଥ ହେଉଛି ‘ଗଭୀର ଜଳ’। ଏହି ଗର୍ତ୍ତରେ ୮୦ ଡିଗ୍ରୀର ଏକ ସ୍ଲୋପ୍‌ ତିଆରି ହୋଇଛି। ଗୁମ୍ଫାର ମୁଖ ସମୁଦ୍ର ପତ୍ତନଠାରୁ ପ୍ରାୟ ୧୫ ଫୁଟ ତଳେ ରହିଛି। ଫେବୃଆରୀ ୨୦୨୩ ରେ ଫ୍ରଣ୍ଟିଅର୍ସରେ ସାମୁଦ୍ରିକ ବିଜ୍ଞାନରେ ମଧ୍ୟ ଏକ ଅନୁସନ୍ଧାନ ପ୍ରକାଶ ପାଇଥିଲା।

ନୀଳ ଗର୍ତ୍ତଗୁଡ଼ିକ ଚୂନ ପଥରରେ ତିଆରି। ଚୂନ ପଥରରେ ସମୁଦ୍ର ଜଳ ସହଜରେ ପ୍ରବେଶ କରିଥାଏ। ସମୁଦ୍ର ଜଳରେ ଥିବା ରାସାୟନିକ ପଦାର୍ଥ ଚୂନ ସହ ମିଶି ଏକ ଦ୍ରବଣ ସୃଷ୍ଟି କରିଥାଏ ଏବଂ ଏହିପରି ନୀଳ ଗର୍ତ୍ତ ସୃଷ୍ଟି ହୋଇଥାଏ। ବରଫ ଯୁଗରେ ଯେତେବେଳେ ବନ୍ୟା ଆସିଲା, ସେତେବେଳେ ବଡ଼ ବଡ଼ ହିମଖଣ୍ଡ ଭାଙ୍ଗିବା ପରେ ଅନେକ ନୀଳ ଗର୍ତ୍ତ ସୃଷ୍ଟି ହୋଇଥିଲା।

ବୈଜ୍ଞାନିକମାନେ ଦାବି କରିଛନ୍ତି, ମେକ୍ସିକୋରେ ମିଳିଥିବା ଏହି ନୀଳ ଗର୍ତ୍ତ ହେଉଛି ବିଶ୍ୱର ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତ। ୨୦୧୬ ମସିହାରେ ଦକ୍ଷିଣ ଚାଇନା ସାଗରରେ ଦୁନିଆର ଗଭୀର ନୀଳ ଗର୍ତ୍ତ ମିଳିଥିଲା। ଏହାକୁ ଡ୍ରାଗନ ହୋଲ କୁହାଯାଇଥିଲା। ଏହି ଗର୍ତ୍ତର ଗଭୀରତା ୯୮୦ ଫୁଟରୁ ଅଧିକ ବୋଲି କୁହାଯାଏ ।

ଏକ ନୀଳ ଗର୍ତ୍ତରେ ଅମ୍ଳଜାନ ପରିମାଣ ବହୁତ କମ। ସୂର୍ଯ୍ୟକିରଣ କେବଳ ନୀଳ ଗର୍ତ୍ତର ମୁଖରେ ପହଞ୍ଚିଥାଏ।

Share