Categories: ଖେଳ

ଆଇପିଏଲ୍‌ରେ ରହିଛି ଏହି ସବୁ ଦଳର ସର୍ବାଧିକ ସ୍କୋର

ମୋହାଲି, ୨୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବୃହତ୍‌ ସ୍କୋର କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ୨୦ ଓଭରରେ ଲକ୍ଷ୍ନୌ ୫ ଉଇକେଟ ହରାଇ ୨୫୭ ରନ୍‌ ସଂଗ୍ରହ କରିଥିଲା। କାଏଲ ମେୟର୍ସ, ଆୟୂଷ ବଦୋନୀ, ମାର୍କସ ଷ୍ଟୋଇନିସ ଓ ନିକୋଲସ ପୁରନଙ୍କ ବିସ୍ଫୋରକ ଇନିଂସ ବଳରେ ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର କରିଛି ଲକ୍ଷ୍ନୌ। ୨୦୧୩ରେ ବାଙ୍ଗାଲୋରଠାରେ ପୁଣେ ଓ୍ବାରିୟର୍ସ ଇଣ୍ଡିଆ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୬୩/୫ ସ୍କୋର ସହ ସର୍ବାଧିକ ରନ ହାସଲ ରେକର୍ଡର ଅଧିକାରୀ ରହିଛି।

ଆଇପିଏଲରେ ସର୍ବାଧିକ ସ୍କୋର
୨୬୩/୫: ବାଙ୍ଗାଲୋର ବନାମ ପୁଣେ, ବାଙ୍ଗାଲୋର, ୨୦୧୩
୨୫୭/୫: ଲକ୍ଷ୍ନୌ ବନାମ ପଞ୍ଜାବ, ମୋହାଲି, ୨୦୨୩
୨୪୮/୩: ବାଙ୍ଗାଲୋର ବନାମ ଗୁଜରାଟ, ବାଙ୍ଗାଲୋର, ୨୦୧୬
୨୪୬/୫: ଚେନ୍ନାଇ ବନାମ ରାଜସ୍ଥାନ, ଚେନ୍ନାଇ, ୨୦୧୦
୨୪୫/୬: କୋଲକାତା ବନାମ ପଞ୍ଜାବ, ଇନ୍ଦୋର, ୨୦୧୮

Share