Categories: ଜାତୀୟ

ଭାଜପା ବିପକ୍ଷରେ ଏକଜୁଟ ହେବାରେ ଲାଗିଛନ୍ତି ବିରୋଧୀ, ବାଙ୍ଗାଲୋର ବୈଠକରେ ସାମିଲ ହେବେ ୮ ନୂଆ ଦଳ

ନୂଆଦିଲ୍ଲୀ,୧୨।୭: ଲୋକ ସଭା ନିର୍ବାଚନ ୨୦୨୪ରେ ଭାଜପା ଏବଂ ନରେନ୍ଦ୍ର ମୋଦିଙ୍କୁ ପରାଜିତ କରିବା ଲାଗି ବିରୋଧୀମାନେ ଏକଜୁଟ ହେବାରେ ଲାଗିଛନ୍ତି। ଏହି କ୍ରମରେ ଜୁଲାଇ ୧୭-୧୮ରେ କର୍ନାଟକର ରାଜଧାନୀ ବାଙ୍ଗାଲୋରରେ ବିରୋଧୀ ଦଳଙ୍କ ଦ୍ୱିତୀୟ ବୈଠକ ହେବାକୁ ଯାଉଛି। ବୈଠକରେ ମୋଟ ୨୪ ଦଳ ଭାଗ ନେବାକୁ ଯାଉଥିବା ଜଣାପଡ଼ିଛି। ପୂର୍ବରୁ ପାଟଣାରେ ହୋଇଥିବା ପ୍ରଥମ ବୈଠକରେ ୧୬ ଦଳ ଭାଗ ନେଇଥିଲେ। ଏବେ ଆଉ ୮ ନୂଆ ଦଳ ୨୦୨୪ ନିର୍ବାଚନ ପୂର୍ବରୁ ଭାଜପା ବିପକ୍ଷରେ ଏକଜୁଟ ହେବା ପ୍ରୟାସକୁ ସମର୍ଥନ ଜଣାଇଛନ୍ତି।

Share