Categories: ବାଣିଜ୍ୟ

ସେକେଣ୍ଡ ଓପିନିଅନ କ୍ଲିନିକ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୮: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ କଟକ ଏବଂ ଷ୍ଟାର ଡାଏଗ୍ନୋଷ୍ଟିକ କ୍ଲିନିକ ସହଭାଗିତାରେ ‘ସେକେଣ୍ଡ ଓପିନିଅନ କ୍ଲିନିକ’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷକରି ରାଜ୍ୟ (ସମ୍ବଲପୁର)ରେ ପ୍ରଥମ ଥର ପାଇଁ ଏଭଳି ଏକ କ୍ଲିନିକ୍‌ର ଶୁଭାରମ୍ଭ ସହ କ୍ୟାନ୍‌ସର ଚିକିତ୍ସାକୁ ଅଧିକ ସୁଲଭ ଓ ସରଳ କରିବା ସହିତ ଅଧିକ ପରାମର୍ଶ ଚାହୁଁଥିବା ରୋଗୀଙ୍କ ପାଇଁ ସର୍ଜିକାଲ, ମେଡିକାଲ, ରେଡିଏସନ ଅଙ୍କୋଲୋଜି ଆଦି ବିଶେଷଜ୍ଞଙ୍କ ନିକଟରୁ ଦ୍ୱିତୀୟ ମତାମତା (ସେକେଣ୍ଡ ଓପିନିଅନ) ରୋଗୀମାନେ ପାଇପାରିବେ। ଏହି ପରିପ୍ରେକ୍ଷୀରେ ଏଚ୍‌ସିଜି କ୍ୟାନ୍‌ସର ହସ୍ପିିଟାଲ ଡା. ନୀତୀଶ ଆଚାର୍ଯ୍ୟ, ଡା.ଦୀପକ ପାଣିଗ୍ରାହୀ, ଡା. ଦେବାଶିଷ ପଣ୍ଡାଙ୍କ ସମେତ ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲର ଚିଫ୍‌ ଅପରେଟିଂ ଅଫସିର ଶାନ୍ତନୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ହେଲ୍‌ଥ କେୟାର ଗୋ୍ଲବାଲ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ର ରିଜିଓନାଲ ବିଜ୍‌ନେସ୍‌ ହେଡ୍‌ (ଇଷ୍ଟ ଆଣ୍ଡ ଏପି) ପ୍ରତୀକ ଜୈନ କହିଥିଲେ, ଓଡ଼ିଶାର ଜନସାଧାରଣଙ୍କୁ ପୂର୍ଣ୍ଣାଙ୍ଗ କ୍ୟାନ୍‌ସର ସେବା ଓ ଯନତ୍ ଯୋଗାଇଦେବା ନିମନ୍ତେ ଏଚ୍‌ସିଜି ପକ୍ଷରୁ ସମ୍ପ୍ରତି ଚାଲିଥିବା ପ୍ରୟାସରେ ‘ସେକେଣ୍ଡ ଓପିନିଅନ କ୍ଲିନିକ’ ଏକ ଉଲ୍ଲେଖଯୋଗ୍ୟ ଭୂମିକା ରହିଛି। ସେହିଭଳି ଏଚସିଜି ପଣ୍ଡା କ୍ୟାନ୍‌ସର ହସ୍ପିିଟାଲର ମେଡିକାଲ ଡାଇରେକ୍ଟର ପ୍ରଫେସର ଡା. କୃପାସିନ୍ଧୁ ପଣ୍ଡା କହିଥିଲେ, ରୋଗୀ କୈନ୍ଦ୍ରିକ ଯନତ୍ ନିମନ୍ତେ ‘ସେକେଣ୍ଡ ଓପିନିଅନ କ୍ଲିନିକ୍‌’ର ଶୁଭାରମ୍ଭ କରି ଆମ ପ୍ରତିବଦ୍ଧତାକୁ ପୁନଃ ସୁଦୃଢ କରିଛୁ।

Share