ଡୁଙ୍ଗୁରିପାଲିରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଡୁଙ୍ଗୁରିପାଲି, ୨୫ା୨ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ୨୬ନମ୍ବର ଜାତୀୟ ରାଜପଥ ଡୁଙ୍ଗୁରିପାଲି ସହରରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ ହୋଇଛି। ଜାତୀୟ ରାଜପଥ ବିଭାଜନ ବିଭାଗ ଅନୁରୋଧରେ ଜିଲାପାଳଙ୍କ ଆଦେଶ କ୍ରମେ ଉଚ୍ଛେଦ ବେଳେ ଏକଜିକ୍ୟୁଟିଭ ମାଜିଷ୍ଟେଟ ଡେପୁଟି କଲେକ୍ଟର ବିଶିକେଶନ ପଧାନ, ଅତିରିକ୍ତ ଜିଲାପାଳ ଅଞ୍ଜଲିନା ପଧାନ, ମାଜିଷ୍ଟେଟଭାବେ ରାମପୁର ତହସିଲଦାର ବିମଲ କିଶୋର ପାତ୍ର, ଅତିରିକ୍ତ ତହସିଲଦାର ଆନନ୍ଦଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ କରାଯାଇଥିଲା। ଜବରଦଖଲ ଉଚ୍ଛେଦ ବେଳେ ଜାତୀୟ ରାଜପଥ ବିଭାଜନ ବଲାଙ୍ଗୀର ବିଭାଗ ନିର୍ବାହୀ ଅଧିକାରୀ ମହମ୍ମଦ ସାହାବାଗ, ଏନ୍‌ଏଚ୍‌ ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର କୁମାର ମହାପାତ୍ର, ଡୁଙ୍ଗୁରିପାଲି ରାଜସ୍ବ ନିରୀକ୍ଷକ ଅମିୟ କୁମାର ପାଇକ, ଥାନା ଅଧିକାରୀ ସତ୍ୟନାରାୟଣ ପଧାନ ଓ ଟିମ୍‌ ସହ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ସାମିଲ ଥିଲେ। ବରଗଡ-ବୋରିଗୁମା ୨୬ ନମ୍ବର ଜାତୀୟ ରାଜପଥ ଡୁଙ୍ଗୁରିପାଲିର ଚିନାଜୁରୀଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ନିର୍ମାଣ କାମ ବଲାଙ୍ଗୀର ଏନ୍‌ଏଚ ଡିଭିଜନ ଅଧିନରେ ଚାଲିଛି। ୨୦୨୧ ଜୁନ ୧୭ରୁ ଏହି କାମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ୨୦୨୩ ଏପ୍ରିଲ ୨୯ରେ ଆରମ୍ଭ ହୋଇଥିଲା। ଡୁଙ୍ଗୁରିପାଲି ସହରର ଉଭୟପାର୍ଶ୍ୱରେ ଜବରଦଖଲକରି ବ୍ୟବସାୟ ଦୋକାନ, ହୋଟେଲ ଆଦିକୁ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ରାସ୍ତାର ପ୍ରଶସ୍ତିକରଣ କାମ ଜାତୀୟ ରାଜପଥ ବିଭାଜନ ବଲାଙ୍ଗୀର ବିଭାଗ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ

ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...

ମ୍ୟୁଜିକାଲ ଫାଉଣ୍ଟେନରେ ବଲିଉଡ୍‌ ଗୀତର ତାଳେ ତାଳେ ଝୁମିଲେ ପର୍ଯ୍ୟଟକ, ମଜା ନେଇ କହିଲେ…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଏବେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ି ହିଲଭିୟୁ ପାର୍କ ବୁଲିବା...

ଭଞ୍ଜନଗରରେ ୨୦ରୁ ଜିଲାସ୍ତରୀୟ ଶିଶୁ ଉତ୍ସବ

ଭଞ୍ଜନଗର,୧୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ଜିଲାସ୍ତରୀୟ ଶିଶୁ...

ତୁଷାରପାତକୁ ଖାତିର ନ କରି ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ଗୋଟିଏ ଦିନରେ ଆୟ ହୋଇଛି…

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ରବିବାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ ସମେତ ଲଭର୍ସ ପଏଣ୍ଟ,...

ପିକ୍‌ନିକ୍‌ ସାରି ଫେରିବା ବେଳେ ଦୁର୍ଘଟଣା: ଗାଡ଼ି ଭିତରେ ଥିଲେ…

ଛତ୍ରପୁର,୧୫ା୧୨(ଦିଲ୍ଲୀପ ସାମଲ): କୋରାପୁଟରୁ ପିକ୍‌ନିକ୍‌ ସାରି ନିମାପଡ଼ା ଫେରୁଥିବାବେଳେ ଏକ କାର୍‌ ଛତ୍ରପୁର ଜାତୀୟ ରାଜପଥ ଏକାମ୍ରମନଗର ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ବସିଥିବା ୧୩...

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri