Advertisement

କଇଁଚଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ

ଗଞ୍ଜାମ,୨୩ା୩(ବିଦ୍ୟାଧର ସାହୁ): ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯ ଓ ଦ୍ୱିତୀୟ ଦିନରେ ୩୯ ହଜାର ୫୨୧ ମା’ କଇଁଚ ଅଣ୍ଡାଦାନ କରିଛନ୍ତି। ସେହିପରି ୨ଦିନରେ ୭୮ ହଜାର ୩୦୦ କଇଁଚ ସମୁଦ୍ରର ନୀଳ ଜଳରାଶୀ ମଧ୍ୟରୁ ବେଳାଭୂମି ଉପରକୁ ଉଠିଆସି ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମୁଦ୍ର କୂଳ ନିକଟରେ ଅନେକ କଇଁଚ ପହଁରୁଥିବାରୁ ଆଉ କିଛିଦିନ ଗଣ ଅଣ୍ଡାଦାନ ଜାରି ରହିବ ବୋଲି ଆଶା କରାଯାଉଛି। ଯାହାକ ୁନେଇ ବନ ବିଭାଗ, ପର୍ଯ୍ୟଟକ, ପରିବେଶବିତ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ଅନ୍ୟପକ୍ଷେ ବନ ବିଭାଗ ପକ୍ଷରୁ କଇଁଚର ସୁରକ୍ଷା ନେଇ କଡାକଡ଼ି ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ପୋଡ଼ମପେଟାଠାରୁ ସିଦ୍ଧାନ୍ତନଗର ଓ ସମୁଦ୍ର ମୁହାଁଣଠାରୁ ପୁରୁଣାବନ୍ଧ ମା’ ଗଙ୍ଗାଦେବୀ ସମ୍ମୁଖ ପର୍ଯ୍ୟନ୍ତ ସାମୁହିକ ଅଣ୍ଡାଦାନ ହୋଇଥିବା ଲକ୍ଷ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୬ଲକ୍ଷ ୯୮ ହଜାର ୭୧୮ କଇଁଚ ଗଣ ଅଣ୍ଡାଦାନ କରିଥିବା ବେଳେ ଚଳିତ ବର୍ଷ ସର୍ବକାଳୀନ ରେକର୍ଡ ହୋଇଥିବା ପରିଲକ୍ଷିତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share