ନୂଆଦିଲ୍ଲୀ,୧୨।୩: ବାର୍ଷିକ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ବାସଭବନରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାରଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅଧିବେଶନରେ ଫାଇନାନ୍ସ ବିଲ ପାସ କରିବା ପାଇଁ ସରକାର ପ୍ରାଥମିକତା ଦେଇଛନ୍ତି। ଏଥି ସହ ବିରୋଧୀ ଦଳ ଭାଜପାର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟାନୁଷ୍ଠାନ ଏବଂ ଆଦାନୀ ଭଳି ପ୍ରସଙ୍ଗ ଉଠାଇବାକୁ ଯୋଜନା କରୁଛନ୍ତି।
ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ, ହିଣ୍ଡେନବର୍ଗ-ଆଦାନୀ ପ୍ରସଙ୍ଗରେ ହୋ-ହାଲ୍ଲା ହୋଇଥିଲା। ଏହି ପ୍ରସଙ୍ଗରେ ଉଭୟ ଗୃହରେ ବିରୋଧୀ ଦଳର ରଣନୀତି କ’ଣ ହେବ ସେନେଇ ସୋମବାର ସକାଳେ ଏକ ବୈଠକ ହେବ।