Categories: ଜାତୀୟ

ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩୧ା୧୨: ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ମାର୍ଚ୍ଚ ମାସରେ ଉଦ୍‌ଘାଟନ ହେବାକୁ ଥିବାବେଳେ ଆଗାମୀ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସେଠାରେ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟ ବିଲ୍ଡିଂ କାର୍ଯ୍ୟ ପୂରା ଦମ୍‌ରେ ଚାଲିଛି ଏବଂ ଫେବୃୟାରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି ବୋଲି କେତେ ଜଣ ଅଧିକାରୀ କହିଛନ୍ତି। ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହୋଇଥାଏ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜାନୁୟାରୀ ୩୦ କିମ୍ବା ୩୧ରେ ଆରମ୍ଭ ହୋଇଥାଏ। ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେଇଥାନ୍ତି। ଫେବୃୟାରୀ ୧ରେ କେନ୍ଦ୍ରୀୟ ବଜେଟ ଗୃହରେ ଉପସ୍ଥାପନ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୮ କିମ୍ବା ୯ରେ ଶେଷ ହେଉଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇ ମେ’ ପ୍ରଥମ ଭାଗ ପର୍ଯ୍ୟନ୍ତ ଚାଲିଥାଏ। ସଂସଦୀୟ ସୂତ୍ରରୁ ଜଣାଯାଇଛି ଯେ, ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ନୂଆ ବିଲ୍ଡିଂରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦ ଡିସେମ୍ବରରେ ଏହି ବିଲ୍ଡିଂର ଶିଳାନ୍ୟାସ କରିଥିଲେ।

Share