ଆଜି କଶ୍ମୀରରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ: ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫ ଲକ୍ଷ ଭୋଟର

ଶ୍ରୀନଗର,୨୫ା୯ (ପି.ଟି.):ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ୫ ଜିଲାର ୨୬ ଆସନରେ ୨୫ ଲକ୍ଷ ମତଦାତା ୨୩୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନକୁ ଅବାଧ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ନିର୍ବାଚନ କମିଶନ ୩,୫୦୨ଟି ମତଦାନ କେନ୍ଦ୍ର ସ୍ଥାପନ କରିଛନ୍ତି। ସେଥିରୁ ୧,୦୫୬ଟି ସହରାଞ୍ଚଳରେ ହୋଇଥିବାବେଳେ ୨,୪୪୬ଟି ଗ୍ରାମାଞ୍ଚଳରେ ରହିଛି। ନିର୍ବାଚନ ପରିଚାଳନାରେ ସ୍ବଚ୍ଛତା ପାଇଁ ସବୁ ବୁଥ୍‌ରେ ଓ୍ବେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଅଧିକ ସଂଖ୍ୟାରେ ଭୋଟର ଯେପରି ବୁଥ୍‌କୁ ଆସି ମତଦାନ କରିବେ, ସେଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୫୭ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର କରାଯାଇଛି। ୨୬ଟି ପିଙ୍କ୍‌ ବୁଥ୍‌କୁ ମହିଳାମାନେ ପରିଚାଳନା କରୁଥିବାବେଳେ ଭିନ୍ନକ୍ଷମଙ୍କ ଦ୍ୱାରା ଅନ୍ୟ ୨୬ଟି ବୁଥ୍‌ ପରିଚାଳିତ ହେବ। ୩୧ଟି ସୀମାନ୍ତ ପୋଲିଂ ଷ୍ଟେଶନ ହୋଇଥିବାବେଳେ ୨୬ଟି ଗ୍ରୀନ୍‌ ଏବଂ ୨୨ଟି ଅନନ୍ୟ ପୋଲିଂ ଷ୍ଟେଶନ ଖୋଲାଯାଇଛି। ମତଦାନ ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ।

ପର୍ଯ୍ୟାୟର ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଜେକେପିସିସି ସଭାପତି ତାରିକ୍‌ ହମିଦ କାରା ଏବଂ ଭାଜପା ଜମ୍ମୁ-କଶ୍ମୀର ସଭାପତି ରବୀନ୍ଦ୍ର ରାଇନା। ଓମାର ଗଣ୍ଡେରବାଲ ଏବଂ ବଡ୍‌ଗାମ ଆସନରୁ ଲଢ଼ୁଥିବାବେଳେ କାରା କେନ୍ଦ୍ରୀୟ ଶାଲତେଙ୍ଗରୁ ଏବଂ ରାଇନା ରାଜୌରୀ ଜିଲାର ନାଓଶେରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଜେଲରେ ଥିବା ବିଚ୍ଛିନ୍ନତାବାଦୀ ନେତା ସର୍ଜନ ଅହମଦ ଓ୍ବାଗି ଓରଫ ବର୍‌କତି ଦୁଇଟି ଆସନ ବୀରଓ୍ବା ଏବଂ ଗଣ୍ଡେରବାଲରୁ ଲଢ଼ୁଛନ୍ତି। ରଶିଦ ଇଞ୍ଜିନିୟର ଭାବେ ଜଣାଶୁଣା ଶେଖ୍‌ ଅବଦୁଲ ରଶିଦ ତିହାର ଜେଲରେ ଥାଇ ଲୋକ ସଭା ନିର୍ବାଚନରେ ବାରମୁଲ୍ଲା ଆସନରୁ ଲଢ଼ିଥିଲେ। ସେ ଓମାରଙ୍କୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଭଡ଼ାଟିଆଙ୍କ ପାଇଖାନା, ବେଡ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ମାଲିକଙ୍କ ପୁଅ: ଆଉ ତା’ପରେ…

ନୂଆଦିଲ୍ଲୀ,୨୫ା୯:ମହିଳା ଭଡ଼ାଟିଆଙ୍କ ଭିଡିଓ ପ୍ରସ୍ତୁତ କରିବାକୁ ତାଙ୍କ ବେଡ୍‌ରୁମ୍‌ ଓ ପାଇଖାନାରେ ଦିଲ୍ଲୀ ଶାକରପୁର ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ଗୋପନରେ ସ୍ପାଏ କ୍ୟାମେରା...

୧୦ ମାସର ଶିଶୁକୁ ବଳାତ୍କାର: ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର

ଭାରୁଚ,୨୫ା୯:ଗୁଜରାଟର ଭାରୁଚ୍‌ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜିଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁଙ୍କୁ ବଳାତ୍କାର କରାଯାଇଛି। ପିଲାଟି ଘର...

ବରଡ଼ା ମାଳଗୋଡ଼ା, ବାଜବାଟି ଖାଦାନରେ ବେଆଇନ ଉତ୍ତୋଳନ

ଯାଜପୁର,୨୫।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ମହଜୁଦ ଥିବା ମୂଲ୍ୟବାନ କଳାପଥର ଖାଦାନ ଲୁଟ୍‌ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। କିଛିଦିନର ନୀରବତା...

ସମୁଦ୍ର ଗର୍ଭରେ ଧ୍ୱଂସହେବ ଅଗରନାସୀ ଝାଉଁ ଜଙ୍ଗଲ

ମହାକାଳପଡ଼ା,୨୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସାମୁଦ୍ରିକ ଜଳ ପତ୍ତନ ବୃଦ୍ଧି ପାଇବା ସହ ଉଚ୍ଚ ଲହଡ଼ିରେ କୂଳ ଅବକ୍ଷୟ ହେଉଛି। ସମୁଦ୍ର ଅବକ୍ଷୟକୁ...

ପୂର୍ବ ଶତ୍ରୁତା, ସ୍କ୍ରାପ୍‌ ବିକ୍ରି ବିବାଦରୁ ଗଡ଼ିଥିଲା ମୁଣ୍ଡ

ଅନୁଗୋଳ,୨୫୯ (ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସଦର ଥାନା ଛେଳିଆପଡ଼ାସ୍ଥିତ ଭବାନୀ ଶଙ୍କର ଭଞ୍ଜ (ବୁବୁ) ହତ୍ୟାକାଣ୍ଡ ଉପରୁ ପୋଲିସ ମଙ୍ଗଳବାର ପରଦା ଉଠାଇଛି। ପୂର୍ବ ଶତ୍ରୁତା ଓ...

ବାଲିପାଟଣା ଥାନାରେ ଥାର୍ଡ ଡିଗ୍ରୀ

ଭୁବନେଶ୍ୱର,୨୫୯ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଓଡ଼ିଶା ପୋଲିସର ଭାବମୂର୍ତ୍ତିକୁ ଲୋକଲୋଚନକୁ ଆଣିଥିବାବେଳେ କମିଶନରେଟ୍‌...

ବୁଲା କୁକୁର, ଗୋରୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ସହରବାସୀ

ପାରଳାଖେମୁଣ୍ଡି,୨୫।୯(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିରେ ରାତି ସମୟରେ ବିଭିନ୍ନ ଛକରେ ବୁଲା କୁକୁର ଓ ଗୃହପାଳିତ ପ୍ରାଣୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସନ୍ଧ୍ୟା...

କଙ୍ଗନାଙ୍କ ୟୁ-ଟର୍ନ: ଚାପ ବଢିବାରୁ ବଦଳାଇଲେ ମତ

ନୂଆଦିଲ୍ଲୀ,୨୫।୯: ବଲିଉଡ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ‘କୃଷି ଆଇନ ଫେରାଇ ଆଣିବା’ ବିବୃତ୍ତିରୁ ଭାଜପା ନିଜକୁ ଦୂରେଇ ରଖିଛି। ଭାଜପା ମୁଖପାତ୍ର ଗୌରବ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri