ରଥ ନିର୍ମାଣ ପାଇଁ ବୌଦ୍ଧରୁ ପୁରୀ ଗଲା ଦ୍ୱିତୀୟ ପର୍ଯ୍ୟାୟ କାଠ

ବୌଦ୍ଧ,୧୦ା୪(ସ୍ବ.ପ୍ର.): ବିଶ୍ୱପ୍ରସିଦ୍ଧ ପୁରୀ ଘୋଷଯାତ୍ରାର ରଥ ନିର୍ମାଣ ପାଇଁ ବୌଦ୍ଧରୁ ଦ୍ୱିତୀୟ ପର୍ଯ୍ୟାୟ କାଠ ପଠାଯାଇଛି। ଶୁକ୍ରବାର ଦିନ ବୌଦ୍ଧରୁ ପ୍ରଥମ ପର୍ଯ୍ୟାୟରେ ୨୮ ଖଣ୍ଡ କାଠ ପଠାଯାଇଥିଲା ବେଳେ ରବିବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ, ୬ ଖଣ୍ଡ ଫାସି କାଠକୁ ଦୁଇଟି ଟ୍ରକରେ ପୁରୀକୁ ପଠାଯାଇଛି। କଣ୍ଟାମାଳ ବ୍ଲକ ନାରାୟଣ ପ୍ରସାଦର ପାଡେଲ ଓ ମଲ୍ଲିକୁଦ ସଂରକ୍ଷିତ ଜଙ୍ଗଲରୁ ମେକାପ ଓ ମହାରଣାମାନଙ୍କ ଦ୍ୱାରା କାଠ ଚିହ୍ନଟ କରାଯିବା ପରେ ପୂଜାର୍ଚ୍ଚନା କରାଯାଇ ସେଗୁଡିକୁ କଟାଯାଇଥିଲା। ସ୍ଥାନୀୟ ବନପାଳ ହୃଦାନନ୍ଦ ମିଶ୍ର, ଚିତ୍ତରଞ୍ଜନ ପ୍ରଧାନ, ବନରକ୍ଷୀ ଓମପ୍ରକାଶ ଦନାୟକ,ଗୁଲି ବେହେରାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା ା ପରେ ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳି ପକାଯାଇ ରଥକାଠକୁ ବିଦାୟ ଦିଆଯାଇଥିଲା।

Share